ସମାଇରାଙ୍କୁ ଅର୍ଧଶତକ ଉତ୍ସର୍ଗ କଲେ ରୋହିତ

ମୁମ୍ବାଇ: ରବିବାର କୋଲ୍‌କାତା ନାଇଟ୍ ରାଇଡର୍ସ ବିପକ୍ଷ ଅପରାଜିତ ଅର୍ଧଶତକକୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ନିଜ ଝିଅ ସମାଇରାଙ୍କୁ ଉତ୍ସର୍ଗ କରିଛନ୍ତି। ଏହି ମ୍ୟାଚ୍‌ରେ ୪୮ ବଲ୍‌ରୁ ୫୫ ରନ୍‌ ସଂଗ୍ରହ କରି ରୋହିତ ୩୬ତମ ଆଇପିଏଲ୍‌ ଅର୍ଧଶତକ ପୂରଣ କରିଥିଲେ। ଅର୍ଧଶତକ ପରେ ‌ରୋହିତ ନିଜ ବ୍ୟାଟ୍‌କୁ ପିଲା ଖେଳାଇଲା ଭଳି କରି ଉତ୍ସବ ପାଳନ କରିଥିଲେ। ତାଙ୍କର ଏହି ପାଳି ଯୋଗୁଁ ମୁମ୍ବାଇ ୧୬.୧ ଓଭରରେ ମାତ୍ର ଗୋଟିଏ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଏହି ବିଜୟ ସହ ୩ ଥରର ବିଜେତା ମୁମ୍ବା‌ଇ ପଏଣ୍ଟ୍‌ ତାଲିକାର ଶୀର୍ଷ ସ୍ଥାନ ଦଖଲ କରି ପ୍ଲେ ଅଫ୍‌କୁ ‌ପ୍ରବେଶ କରିଥିଲା। ମୋ ଖେଳ ଦେଖିବାକୁ ଝିଅ ସମାଇରା ଏଠାକୁ ସବୁବେଳେ ଆସୁଛି, କିନ୍ତୁ ମୁଁ ଅଧିକ ରନ୍‌ କରିପାରୁ ନଥିଲି। ରବିବାର ଭଲ ଖେଳି କିଛି ଅଧିକ ରନ୍‌ କରିଥିଲି, କିନ୍ତୁ ଏହି ସମୟରେ ସେ ଶୋଇପଡ଼ିଥିଲା ଏବଂ ଏହାକୁ ଦେଖି ପାରିନଥିଲା ବୋଲି ମ୍ୟାଚ୍‌ ପରେ କହିଥିଲେ ରୋହିତ।

ସମ୍ବନ୍ଧିତ ଖବର