ରୋହିତଙ୍କୁ ପେନ୍‌ଙ୍କ ଛକା ଆହ୍ବାନ

ମେଲବର୍ନ: ପର୍ଥ ଟେଷ୍ଟ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ଅଷ୍ଟ୍ରେଲୀୟ ଅଧିନାୟକ ଟିମ୍‌ ପେନ୍‌ ବାକ୍ୟ ବିନିମୟ କରିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ ଉଭୟ ଉପଭୋଗ କରିଥିବା ମତ ଦେଇ ହାଲକା କରି ଦେଇଥିଲେ। ମେଲବର୍ନରେ ପୁଣି ଟିମ୍ ପେନ୍‌ ଷ୍ଟମ୍ପ୍ ପଛପଟୁ ବାକ୍ୟ ବାଣ ଛାଡ଼ିବାକୁ ଭୁଲି ନାହାନ୍ତି। ଗୁରୁବାର ଚା’ପାନ ବିରତି ପରେ ରୋହିତ ଶର୍ମା ବ୍ୟାଟିଂ କରୁଥିବା ବେଳେ ପେନ୍ ପାଖରେ ଥିବା ଫିଞ୍ଚ୍‌କୁ କହିଥିଲେ ‘ଏହି ଷ୍ଟାଇଲିସ୍ ଭାରତୀୟ ଛକା ମାରିଲେ ମୁଁ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେବି’। ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଏହା ଶୁଣି ମୁରୁକି ହସି ବିବାଦକୁ ଏଡ଼ାଇଯାଇଥିଲେ।

ସମ୍ବନ୍ଧିତ ଖବର