ଦୁବାଇ: ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସହ ଭାରତୀୟ ପ୍ରଶିକ୍ଷକ ମଣ୍ଡଳିର ୭ ଜଣ ସଦସ୍ୟ କରୋନା ପଜିଟିଭ୍ ଆସିବା ପରେ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ୍ ବାତିଲ ହୋଇଯାଇଥିଲା। ଏହି ମ୍ୟାଚ୍ର ଫଳାଫଳ ଏବେବି ରହସ୍ୟ ଘେରରେ ରହିଛି। ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଗୋଟିଏ କଥା କହୁଥିଲା ବେଳେ ବିସିସିଆଇ ଅନ୍ୟକଥା କହୁଛି। ଆଇସିସି କିନ୍ତୁ ପୂରା ଚୁପ୍ ରହିଛି। ଏଭଳି ସ୍ଥିତିରେ ଭାରତୀୟ ଓପନର ରୋହିତ ଶର୍ମା ଭାରତ-ଇଂଲଣ୍ଡ ଶୃଙ୍ଖଳା ଏବଂ ବାତିଲ ହୋଇଥିବା ମାଞ୍ଚେଷ୍ଟର ମୁକାବିଲାକୁ ନେଇ ନିଜ ମନର କଥା ଖୋଲି କହିଛନ୍ତି। ୟୁଏଇରେ ଆଇପିଏଲ୍ ଖେଳୁଥିବା ରୋହିତ ସୋମବାରର ଏକ ସାକ୍ଷାତକାର ଅବସରରେ କହିଛନ୍ତି ଯେ ଶେଷ ଟେଷ୍ଟ୍ ସହ କ’ଣ ହେଲା ସେ କଥା ମୁଁ ଜାଣିନି। ଆମେ ଶୃଙ୍ଖଳା ଜିତିଛୁ ଅଥବା ପରବର୍ତ୍ତୀ ସମୟରେ ସେହି ଟେଷ୍ଟ୍ ଖେଳିବାକୁ ଯାଉଛୁ, ସେ ନେଇ ମୋ ପାଖରେ କୌଣସି ସୂଚନା ବି ନାହିଁ। ମୋ ମତରେ କିନ୍ତୁ ଆମେ ୨-୧ରେ ଶୃଙ୍ଖଳା ଜିତି ସାରିଛୁ। ଏହି ସ୍କୋର ଲାଇନ୍ ଦେଖିବାକୁ ହିଁ ମୁଁ ଅଧିକ ପସନ୍ଦ କରିବି। ବ୍ୟକ୍ତିଗତ ଭାବେ ଭାରତୀୟ ଟେଷ୍ଟ୍ ଦଳର ନିୟମିତ ସଦସ୍ୟ ହୋଇପାରିଥିବାରୁ ବେଶ୍ ଖୁସି ଥିବା ଏହି ଅବସରରେ ରୋହିତ ମତ ରଖିଥିଲେ।
ଭାରତ-ଇଂଲଣ୍ଡ ଟେଷ୍ଟ୍ ଶୃଙ୍ଖଳା ନେଇ ରୋହିତ କହିଲେ ମନର କଥା
/sambad/media/post_attachments/wp-content/uploads/2021/10/65sf4h654fs564sfh4sf65hsfh654sf65hsfhsfhshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)