ମୁମ୍ବାଇ: ଜୈବ ସୁରକ୍ଷିତ ପରିବେଶ ସହ ସାମାଜିକ ଦୂରତା ନିୟମକୁ ମାନି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଆସନ୍ତାମାସର ଆଇପିଏଲ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମୁମ୍ବାଇ ଉପକଣ୍ଠରେ ଥିବା ଘଂସୋଲି ରିଲାଏନ୍ସ କର୍ପୋରେଟ୍ ପାର୍କଠାରେ ଚାଲିଥିବା ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶିକ୍ଷଣ ଶିବିରରେ ଯୋଗଦେଇଛନ୍ତି ସେ। ହାତରେ ବ୍ୟାଟ୍, ମୁଣ୍ଡରେ ହେଲମେଟ୍, ତା' ସହ ପ୍ୟାଡ୍, ଗ୍ଲୋଭ୍ସ ଓ ଜୋତା ପିନ୍ଧି ମୁଁ ସଂପୂର୍ଣ୍ଣ ବୋଲି ଲେଖି ଇନଷ୍ଟାଗ୍ରାମ ପୃଷ୍ଠାରେ ଅଭ୍ୟାସ କରୁଥିବାର ଏକ ଫଟୋ ପ୍ରକାଶ କରିଛନ୍ତି ରୋହିତ। ବଲିଉଡ୍ ଅଭିନେତା ରଣବୀର ସିଂହ ତାଙ୍କ ପ୍ରତ୍ୟାବର୍ତ୍ତନକୁ ପ୍ରଶଂସା କରିବା ସହ ହିଟମ୍ୟାନଙ୍କର ଜୟ ହେଉ ବୋଲି ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଦଳର ଖେଳାଳିମାନେ ଗତ ଏକ ସପ୍ତାହ ହେବ ଏଠାରେ ଅଭ୍ୟାସ କରୁଛନ୍ତି। ତେବେ ରୋହିତ, ଯଶପ୍ରୀତ ବୁମରା ଏବଂ ପାଣ୍ଡ୍ୟା ଭ୍ରାତା କ୍ରୁନାଲ ଓ ହାର୍ଦିକ ଗତ ଦୁଇ ଦିନ ହେବ ଏଠାକୁ ଆସିଛନ୍ତି। ରୋହିତ ନିଜ ଫଟୋ ସହ କେତେକ ବ୍ୟାୟାମ, ଅଭ୍ୟାସ ଉପକରଣ ଓ ପଡ଼ିଆର ଫଟୋ ପ୍ରକାଶ କରି ପ୍ରଶଂସକଙ୍କୁ ଏହାର ଝଲକ ଦେଖାଇଛନ୍ତି।
ଆଇପିଏଲ୍ ପ୍ରସ୍ତୁତି ଆରମ୍ଭ କଲେ ରୋହିତ
/sambad/media/post_attachments/wp-content/uploads/2019/11/Rohit-Sharma1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)