ସୂର୍ଯ୍ୟଙ୍କ ସଫଳତା ବିଷୟରେ ୧୧ ବର୍ଷ ତଳେ ଟ୍ବିଟ୍‌ କରିଥିଲେ ରୋହିତ

ନୂଆଦିଲ୍ଲୀ: ରବିବାର ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ବିସ୍ଫୋରକ ପାଳି ଖେଳିଥିବା ସୂର୍ଯ୍ୟକୁମାର ଯାଦବ ନିଜର ବ୍ୟାଟିଂ ଶୈଳୀ ପାଇଁ ଚର୍ଚ୍ଚାରେ ରହିଛନ୍ତି। ତେବେ ୧୧ ବର୍ଷ ତଳେ ସୂର୍ଯ୍ୟଙ୍କ ଉପରେ ରୋହିତ ଶର୍ମାଙ୍କ ଏକ ଟ୍ବିଟ୍‌ କ୍ରୀଡ଼ା ଜଗତକୁ ଆଉ ଏକ ଖୋରାକ ଯୋଗାଇଛି। ସୂର୍ଯ୍ୟଙ୍କ ସଫଳ କ୍ରିକେଟ୍‌ ଜୀବନ ବିଷୟରେ ରୋହିତ ସେବେଠାରୁ କ୍ରିକେଟ୍‌ ଦୁନିଆକୁ ଜଣାଇ ସାରିଥିଲେ। ଚେନ୍ନାଇରେ ବିସିସିଆଇର ପୁରସ୍କାର କାର୍ଯ୍ୟକ୍ରମ ଅବସରରେ ତାଙ୍କୁ ପୁରସ୍କୃତ କରାଯିବା ପରେ ଭବିଷ୍ୟତରେ ମୁମ୍ବାଇରୁ ଆଉ ଜଣେ କ୍ରିକେଟର୍‌ ସୂର୍ଯ୍ୟକୁମାର ଯାଦବ ଏହି ଧାରାରେ ଆସିବେ ବୋଲି ସେ ଟ୍ବିଟ୍‌ରେ ଜଣାଇଥିଲେ। ପରେ ୨୦ ମାସ ତଳେ ସୂର୍ଯ୍ୟ ଆଇପିଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ କରି ଭାରତ ପାଇଁ ପଦାର୍ପଣ କରିଥିଲେ। ଏବେ ସେ ସାରା ବିଶ୍ବରେ ରାଜୁତି କରୁଛନ୍ତି। ଚଳିତ ମାସ ଆରମ୍ଭରୁ ସେ ଟ୍ବେଣ୍ଟି-୨୦ ବ୍ୟାଟର୍‌ଙ୍କ ମଧ୍ୟରେ ଶୀର୍ଷ ମାନ୍ୟତା ବଜାୟ ରଖିଛନ୍ତି।

ସମ୍ବନ୍ଧିତ ଖବର