ଆଜି ମେଲ୍‌ବର୍ନରେ ଦଳ ସହ ଯୋଗଦେବେ ରୋହିତ

ମେଲ୍‌ବର୍ନ: ସିଡ୍‌ନି ସଂଗରୋଧରେ ଥିବା ରୋହିତ ଶର୍ମା ଆସନ୍ତାକାଲି ମେଲ୍‌ବର୍ନରେ ଭାରତୀୟ ଦଳ ସହ ଯୋଗଦେବେ। କାଲି ହିଁ ସେ ଦଳ ସହ ଅଭ୍ୟାସ କରିବେ। ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ତାଙ୍କ ଖେଳିବା ଆଶା ବଢ଼ିଛି। ଚଳିତ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାର ତୃତୀୟ ମ୍ୟାଚ୍‌‌ ସିଡ୍‌ନିରେ ଖେଳା ଯିବାର ଥିଲା। ହେଲେ ସିଡ୍‌ନିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ମ୍ୟାଚ୍‌କୁ ବକ୍ସିଂ ଡେ’ ଟେଷ୍ଟ୍‌ ଖେଳାଯାଇଥିବା ମେଲ୍‌ବର୍ନ କ୍ରିକେଟ୍‌ ଗ୍ରାଉଣ୍ଡକୁ ସ୍ଥାନାନ୍ତରିତ ହେବାର ସମ୍ଭାବନା ଅଧିକ ରହିଛି। ଓପନର୍‌ ରୋହିତ ବୁଧବାର ଭାରତୀୟ ଦଳର ଜୈବ ବଳୟରେ ପ୍ରବେଶ କରିବେ। କରୋନା ଯୋଗୁଁ ତୃତୀୟ ‌ଟେଷ୍ଟ୍‌ ମେଲ୍‌ବର୍ନରେ ହେବା ପ୍ରାୟତଃ ସମ୍ଭ‌ାବନା ରହିଛି ଏବଂ ଏଥିଲାଗି ସବୁ ପ୍ରସ୍ତୁତି ଶେଷ ହୋଇଛି ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର