ପ୍ରଥମ ଟେଷ୍ଟ୍‌ ଖେଳିବେନି ରୋହିତ, ରାହୁଲ ‌ନେବେ ନେତୃତ୍ବ

ନୂଆଦିଲ୍ଲୀ : ବୁଧବାରଠାରୁ ଖେଳାଯିବାକୁ ଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ନିୟମିତ ଅଧିନାୟକ ରୋହିତ ଶର୍ମା ଖେଳିବେନି। ବିସିସିଆଇ ରବିବାର ଏହା ସ୍ପଷ୍ଟ କରିବା ସହ ତାଙ୍କ ବଦଳରେ ଅଭିମନ୍ୟୁ ଈଶ୍ବରନଙ୍କୁ ଦଳରେ ସାମିଲ କରିଛି। ଅନ୍ୟ ଦୁଇ ଆହତ ଖେଳାଳି ମହମ୍ମଦ ସାମି ଏବଂ ରବୀନ୍ଦ୍ର ଜାଦେଜା ମଧ୍ୟ ପୂରା ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି। ଈଶ୍ବରନଙ୍କ ସହିତ ନଭଦୀପ ସୈନି, ଜୟଦେବ ଉନାଦକତ, ସୌରଭ କୁମାର ସାମିଲ ହୋଇଛନ୍ତି। ଚେତେଶ୍ବର ପୂଜାରା ଦଳର ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି। ସୂଚନାଯୋଗ୍ୟ, ବାଂଲାଦେଶ ବିପକ୍ଷ ଦ୍ବିତୀୟ ଦିନିକିଆରେ ଆଙ୍ଗୁଠିରେ ଆଘାତ ପାଇଥିବାରୁ ରୋହିତ ଚିକିତ୍ସା ଲାଗି ଭାରତ ଫେରି ଆସିଛନ୍ତି। ରୋହିତଙ୍କ ଅନୁପସ୍ଥିତିରେ କେଏଲ୍ ରାହୁଲ ଦଳର ନେତୃତ୍ବ ନେବେ। ଡିସେମ୍ବର ୧୪ରୁ ପ୍ରଥମ ଟେଷ୍ଟ୍ ଚଟ୍ଟୋଗ୍ରାମରେ ଏବଂ ଡିସେମ୍ବର ୨୨ରୁ ଦ୍ବିତୀୟ ତଥା ଶେଷ ଟେଷ୍ଟ୍‌ ମୀରପୁରରେ ଖେଳାଯିବ।

ଭାରତୀୟ ଦଳ: କେଏଲ୍ ରାହୁଲ୍‌ (ଅଧିନାୟକ), ଶୁବମନ ଗିଲ୍‌, ଚେତେଶ୍ବର ପୂଜାରା (ଉପ ଅଧିନାୟକ), ବିରାଟ‌ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ୍ (ୱିକେଟରକ୍ଷକ), କେଏସ୍ ଭରତ (ୱିକେଟରକ୍ଷକ), ରବିଚନ୍ଦ୍ରନ ଅଶ୍ବିନ, ଅକ୍ଷର ପଟେଲ୍‌, କୁଲଦୀପ ଯାଦବ, ଶାର୍ଦୁଳ ଠାକୁର, ମହମ୍ମଦ ସିରାଜ, ଉମେଶ ଯାଦବ, ଅଭିମନ୍ୟୁ ଈଶ୍ବରନ, ନଭଦୀପ ସୈନି, ସୌରଭ କୁମାର, ଜୟଦେବ ଉନାଦକତ୍‌।

ସମ୍ବନ୍ଧିତ ଖବର