ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ୍ରେ ହିଟ୍ ମ୍ୟାନ୍ ରୋହିତ ଶର୍ମା ୧୫ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ସେ ଏକ ଭାବପୂର୍ଣ୍ଣ ଲେଖା ଲେଖିଛନ୍ତି। ରୋହିତ ଟ୍ବିଟ୍ କରିଛନ୍ତି ଯେ ସମସ୍ତଙ୍କୁ ମୋର ହାର୍ଦିକ ଶୁଭକାମନା, ଆଜି ମୁଁ ଅନ୍ତର୍ଜାତୀୟ କ୍ରିକେଟ୍ରେ ୧୫ ବର୍ଷ ପୂରଣ କରୁଛି। ଏହି ଅତୁଳନୀୟ ଯାତ୍ରା ମୋ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ ହୋଇ ସବୁବେଳେ ରହିବ। ମୋ ଯାତ୍ରାର ସହଭାଗୀ ହୋଇଥିବା ପ୍ରତ୍ୟେକ ଶୁଭେଚ୍ଛୁଙ୍କୁ ମୁଁ ଏହି ଅବସରରେ ଧନ୍ୟବାଦ ଦେବାକୁ ଚାହୁଛି। ବିଶେଷ କରି ଆଜି ମୁଁ ଯେଉଁଠି ପହଞ୍ଚିଛି ସେଠାରେ ପହଞ୍ଚିବାରେ ସହାୟତା କରିଥିବା ପ୍ରତିଟି ସମର୍ଥକଙ୍କୁ ମୁଁ ହୃଦୟର ଗଭୀରତମ କୋଣରୁ କୃତଜ୍ଞତା ଜ୍ଞାପନ କରୁଛି। କ୍ରିକେଟ୍ପ୍ରେମୀ, ପ୍ରଶଂସକ ଏପରିକି ସମାଲୋଚକ, ସମସ୍ତଙ୍କ ସହଯୋଗରେ ଆମ ଦଳ ସବୁପ୍ରକାର ପ୍ରତିବନ୍ଧକକୁ ଦୂର କରି ଆସୁଛି। ଏଥିପାଇଁ ଆଉ ଥରେ ମୁଁ ଆପଣମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛି।
ଅନ୍ତର୍ଜାତୀୟ କ୍ରିକେଟ୍ରେ ରୋହିତଙ୍କ ୧୫ ବର୍ଷ ପୂରଣ
/sambad/media/post_attachments/wp-content/uploads/2022/02/Rohit_Sharma_PTI_Picture.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)