ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କ ଝିଅ ସମୈରା ରବିବାର ଷ୍ଟାଡିୟମ ପଦାର୍ପଣ କରିଛନ୍ତି। ରୋହିତଙ୍କ ମ୍ୟାଚ୍ ଖେଳୁଥିଲା ବେଳେ ପ୍ରାୟ ଅଧିକାଂଶ ସମୟରେ ତାଙ୍କ ପତ୍ନୀ ଋତିକା ସାଜଦେଙ୍କୁ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା। ରବିବାର ମୁମ୍ବାଇ ଇଣ୍ଡିଆନ୍ସର ଆଇପିଏଲ୍ର ପ୍ରଥମ ମ୍ୟାଚ୍ ବେଳେ ଋତିକାଙ୍କ ସହ ୩ ମାସର ଝିଅ ସମୈରାଙ୍କୁ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା। ସମୈରା ଅଜ୍ଞ ଥିଲେ ମଧ୍ୟ ବାପାଙ୍କ ଖେଳକୁ ପୁରା ଉପଭୋଗ କଲା ଭଳି ମୁଦ୍ରାରେ ବସିଥିଲେ। ଯାହା ମୁମ୍ବାଇ ସମର୍ଥକଙ୍କ ମନ ଜିଣି ନେଇଥିଲେ। ଋତିକା ଓ ରୋହିତ ୨୦୧୫ ଡିସେମ୍ବର ୧୩ ତାରିଖରେ ବିବାହ କରିଥିଲେ। ଗତ ଅଷ୍ଟ୍ରେଲିଆ ଗସ୍ତର ଟେଷ୍ଟ୍ ଶୃଙ୍ଖଳା ବେଳେ ରୋହିତ କନ୍ୟା ସନ୍ତାନର ପିତା ହୋଇଥିଲେ। ଶୃଙ୍ଖଳାର ଅଧାରୁ ଭାରତ ଫେରିଥିଲେ ଏବଂ ଦିନିକିଆ ଶୃଙ୍ଖଳା ବେଳେ ଦଳ ସହ ଯୋଗ ଦେଇଥିଲେ।