ବର୍ମିଙ୍ଗ୍ହାମ: ଶନିବାର ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ଅବସରରେ ଅଧିନାୟକ ରୋହିତ ଶର୍ମା ଏକ ଭାରତୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଏହି ମ୍ୟାଚ୍ରେ ସେ ୩ ଚୌକା ଓ ୨ ଛକା ସହାୟତାରେ ୩୧ ରନ୍ କରିଥିଲେ। ଆଉ ଏହି ପାଳି ଅବସରରେ ରୋହିତ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରେ ୩୦୦ ଚୌକା ମାରିବାର ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ଏକ୍ଷେତ୍ରରେ ସେ ପ୍ରଥମ ଭାରତୀୟ ବ୍ୟାଟର୍ ହୋଇଥିଲେ। ଏହା ପରେ ରବିବାର ତୃତୀୟ ମ୍ୟାଚ୍ରେ ସେ ୨ ଚୌକା ସହ ୧୧ ରନ୍ କରିଥିଲେ। ଫଳରେ ତାଙ୍କର ମୋଟ ଚୌକା ସଂଖ୍ୟା ୩୦୩ରେ ପହଞ୍ଚିଛି। ତେବେ ମୋଟାମୋଟି ଭାବେ ରୋହିତ ତାଙ୍କ ଦଳୀୟ ସାଥୀ ବିରାଟ କୋହଲିଙ୍କୁ ପଛରେ ପକାଇ ଦ୍ବିତୀୟ ସ୍ଥାନକୁ ଉଠିଛନ୍ତି। କୋହଲି (୨୯୮ ଚୌକା) ତୃତୀୟରେ ରହିଥିଲା ବେଳେ ଆୟର୍ଲାଣ୍ଡ ବ୍ୟାଟର୍ ପଲ୍ ଷ୍ଟିର୍ଲିଂ (୩୨୫ ଚୌକା) ଶୀର୍ଷରେ ରହିଛନ୍ତି। ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ମ୍ୟାଚ୍ ପୂର୍ବରୁ ଉଭୟ ରୋହିତ ଏବଂ କୋହଲି ସମାନ ୨୯୮ ଲେଖାଏଁ ଚୌକା ମାରିଥିଲା ବେଳେ ଶନିବାର ମ୍ୟାଚ୍ରେ କୋହଲି ୧ ରନ୍ରେ ଆଉଟ୍ ହୋଇଯାଇଥିଲେ। ଫଳରେ ରୋହିତ ହିଁ ତାଙ୍କୁ ପଛରେ ପକାଇ ଦେଇଥିଲେ।
ରୋହିତଙ୍କ ଭାରତୀୟ କୀର୍ତ୍ତି: ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ୩୦୦ ଚୌକା ମାରିବାରେ ପ୍ରଥମ ବ୍ୟାଟର
/sambad/media/post_attachments/wp-content/uploads/2022/07/rohit-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)