ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍ରେ ନିଜର ଶେଷ ମ୍ୟାଚ୍ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ରେ ଅନେକ ଖେଳାଳିଙ୍କୁ ଆଇପିଏଲ୍ ପଦାର୍ପଣ ସୁଯୋଗ ଦେବାକୁ ଚିନ୍ତା କରୁଛୁ ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି। ଫଳରେ ଦୁଇ ସଂସ୍କରଣ ହେବ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ରହିଥିଲେ ମଧ୍ୟ ପଦାର୍ପଣ କରିନଥିବା ଅର୍ଜୁନ ତେନ୍ଦୁଲକରଙ୍କ ସୁଯୋଗ ମିଳିବାର ସମ୍ଭାବନା ଦେଖାଯାଇଛି। ଅର୍ଜୁନଙ୍କୁ ଚଳିତ ବର୍ଷ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଲକ୍ଷ ଟଙ୍କାରେ କିଣିଥିଲା।