ରସିକିଆ ଇମାମ, ବହୁ ଯୁବତୀଙ୍କ ସହ ସଂପର୍କ ଅଭିଯୋଗ

ଲାହୋର: ପାକିସ୍ତାନ କ୍ରିକେଟ୍ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଇମାମ-ଉଲ୍-ହକ୍ ପୁଣି ବିବାଦ ଘେରରେ ଆସିଛନ୍ତି। ଇମାମ ଏକାବେଳେ ୭ରୁ ୮ ଜଣ ମହିଳାଙ୍କ ସହ ପ୍ରେମ ସଂପର୍କ ରଖିଥିବା ଅଭିଯୋଗ ହୋଇଛି। ବହୁ ମହିଳାଙ୍କ ସହ ହ୍ବାଟସଆପରେ ସେ କରିଥିବା ଚାଟିଂର ସ୍କ୍ରିନ୍ ସଟ୍ ପ୍ରକାଶ କରିଛନ୍ତି ଜଣେ ଟ୍ବିଟର ବ୍ୟବହାରକାରୀ। ସେ କେମିତି ଝିଅମାନଙ୍କ ଜୀବନ ସହ ଖେଳୁଛନ୍ତି, ତାର ପର୍ଦାଫାସ କରିଛନ୍ତି।

କେବଳ ଇମାମ ନୁହଁ, ପାକିସ୍ତାନ କ୍ରିକେଟ୍ ଦଳର ଏକାଧିକ ଖେଳାଳି ଏଭଳି କାର୍ଯ୍ୟରେ ଲିପ୍ତ ଥିବା ସଂପୃକ୍ତ ସେ ନିଜ ପରିଚୟ ଗୋପନ ରଖି କହିଛନ୍ତି। ସେ ଆହୁରି ଅଭିଯୋଗ କରିଛନ୍ତି ଯେ ଇମାମ ସବୁ ଝିଅଙ୍କୁ ସେ ଅବିବାହିତ ଏବଂ ସାଥୀ ସନ୍ଧାନରେ ଥିବା କହୁନ୍ତି। ନିଜ ପ୍ରେମ ଜାଲରେ ଫସାଇବାକୁ ଚେଷ୍ଟା କରନ୍ତି। ଏପରିକି ଝିଅମାନଙ୍କୁ ସେମାନଙ୍କ ଅଶ୍ଳୀଳ ଫଟୋ ପଠାଇବାକୁ ବାରମ୍ବାର ଅନୁରୋଧ କରନ୍ତି। ଏହି ଅଭିଯୋଗ ଆସିବା ପରେ ଇମାମଙ୍କ ରସିକିଆ ମିଜାଜ ଏବେ ପାକିସ୍ତାନ କ୍ରିକେଟ୍‌ରେ ମୁଖ୍ୟ ଚର୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର