ମାଦ୍ରିଦ୍: ପର୍ତୁଗାଲ୍ ଫୁଟ୍ବଲ୍ ତାରକା କ୍ରିଷ୍ଟିଆନ୍ ରୋନାଲ୍ଡୋ ଟିକସ ଫାଙ୍କି ମାମଲରେ ଛନ୍ଦି ହୋଇପଡ଼ିଛନ୍ତି। ରୋନାଲ୍ଡୋ ଟିକସ ଆକାରରେ ୫.୭ ମିଲିଅନ୍ ୟୁରୋ ଫାଙ୍କିଥିବା ଅଭିଯୋଗ ହୋଇଛି। ଯାହା ଫଳରେ ସେ ୩.୭ ମିଲିଅନ୍ ଡଲାର (୩.୨ ମିଲିଅନ୍ ୟୁରୋ) ଜରିମାନା ଦଣ୍ଡ ପାଇବାକୁ ଯାଉଥିଲା ବେଳେ ୨୪ ମାସ କାରାଦଣ୍ଡ ପାଇବେ ବୋଲି ସ୍ପେନ୍ ଟିକସ ଅଧୀକାରୀ କହିଛନ୍ତି। ତେବେ ସ୍ପେନ୍ର ନିୟମ ଅନୁଯାୟୀ ପ୍ରଥମ ଅପରାଧ ପାଇଁ ଜେଲ୍ ଦଣ୍ଡ ୨ ବର୍ଷରୁ ଅଧିକ ନହେଲେ ତାହା ପ୍ରୋବେସନ୍ ଭାବେ ବିଚାରକୁ ନିଆଯିବ। ଫଳରେ ରୋନାଲ୍ଡୋଙ୍କ କ୍ଷେତ୍ରରେ ଜେଲ୍ ଯିବା ଆଶଙ୍କା ନାହିଁ। ତେବେ ଏହି ଫୁଟ୍ବଲ୍ ତାରକାଙ୍କୁ ବକେୟା ଟିକସ ୫.୭ ମିଲିୟନ୍ ସାଙ୍ଗକୁ ୩.୨ ମିଲିୟନ୍ ୟୁରୋ ଜରିମାନା ରାଶି ଗଣିବାକୁ ପଡ଼ିବ। ପୁଣି ଏହା ବାଦ୍ ବକେୟା ଟିକସର ସୁଧ ବାବଦରେ ୧ ମିଲିୟନ୍ ୟୁରୋ ଏବଂ ଜେଲ୍ ଦଣ୍ଡ ଭରଣା ପାଇଁ ଦୈନିକ ୨୫୦ ୟୁରୋ ହିସାବରେ ୪୮ ମାସର ଅର୍ଥ ଦାଖଲ କରିବାକୁ ପଡ଼ିବ ବୋଲି ଟିକସ ଅଧିକାରୀ ସ୍ପଷ୍ଟ କରିଛନ୍ତି। ଫଳରେ ରୋନାଲ୍ଡୋଙ୍କୁ ଏହି ମାମଲାରୁ ମୁକ୍ତ ହେବା ପାଇଁ ମୋଟ ଉପରେ ୧୯ ମିଲିୟନ୍ ୟୁରୋ ଦାଖଲ କରିବାକୁ ପଡ଼ିବ ବୋଲି ହିସାବରୁ ଜଣାପଡ଼ିଛି। ତେବେ ରୋନାଲ୍ଡୋ ଏହି ଜରିମାନା ଦଣ୍ଡକୁ ଗ୍ରହଣ କରିନେବା ସହିତ ୧୮.୮ ମିଲିୟନ୍ ୟୁରୋ ଦାଖଲ କରିବାକୁ ରାଜି ହୋଇଛନ୍ତି।
ଟିକସ୍ ଫାଙ୍କି ଫସିଲେ ରୋନାଲ୍ଡୋ, ୩.୭ ମିଲିଅନ୍ ଡଲାର ଜରିମାନା
/sambad/media/post_attachments/wp-content/uploads/2018/07/3-Cristiano-Ronaldo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)