ମେସିଙ୍କୁ ପ୍ରଶଂସା କଲେ ରୋନାଲ୍‌ଡୋ

ଲିସବନ୍‌: ଆର୍ଜେଣ୍ଟିନା ଫୁଟ୍‌ବଲ୍‌ କିମ୍ବଦନ୍ତୀ ଲି‌ଓନେଲ ମେସିଙ୍କୁ ପ୍ରଶଂସାରେ ପୋତି ପାକାଇଛନ୍ତି ପର୍ତୁଗାଲ ତାରକା କ୍ରିଷ୍ଟିଆନୋ ରୋନାଲ୍‌ଡୋ। ମେସି ହିଁ ମୋତେ ଜଣେ ଶ୍ରେଷ୍ଠ ଖେଳାଳି ହେବାରେ ସହଯୋଗ କରିଥିଲେ। କାରଣ ଆମ ଦୁହିଁଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଲାଗି ରହୁଥିବାରୁ ହିଁ ଭଲ ଖେଳିବାକୁ ମୋତେ ଉତ୍ସାହିତ କରିଥିଲା ବୋଲି ରୋନାଲ୍‌‌ଡୋ କହିଛନ୍ତି। ମୁଁ ସ୍ପେନ୍‌ ଛାଡ଼ିବା ପରେ ସେ ନିରାଶ ହୋଇଥିଲେ। ମୁଁ ରିଅଲ୍‌ ମାଦ୍ରିଦ୍‌ ଛାଡ଼ି ଇଟାଲୀୟ କ୍ଲବ୍‌ ଜୁଭେଣ୍ଟସ୍‌ରେ ଯୋଗ ଦେଇଥିବାରୁ ଆଉ ଆମ ଦୁହିଁଙ୍କର ଭେଟ ହୋଇପାରିବନି। ଆମ ଦୁହିଁଙ୍କ ପ୍ରତିନ୍ଦ୍ବନ୍ଦ୍ବିତାରୁ ହିଁ ମଜା ମିଳିଥାଏ। ମେସି ଏବଂ ରୋନାଲ୍‌ଡୋ ଉଭୟ ୫ ଥର ଲେଖାଏଁ ବାଲନ ଡି’ଓର ପୁରସ୍କାର ଜିତିଛନ୍ତି। ମୋତେ ଭଲ ଖେଳାଳି ଭାବେ ଗଢ଼ିବାରେ ମେସିଙ୍କ ହାତ ଥିବା ମୁଁ ନିଃସନ୍ଦେହରେ କହିବି। ମୁଁ ଟ୍ରଫି ଜିତିଲେ ତାଙ୍କୁ ବାଧେ ଏବଂ ସେ ଜିତିଲେ ମୋତେ ମଧ୍ୟ ସେମିତି ଲାଗେ ବୋଲି ରୋନାଲ୍‌ଡୋ କହିଛନ୍ତି। ଆମେ ଦୁହେଁ ୧୫ ବର୍ଷ ପେସାଗତ ଫୁଟ୍‌ବଲ୍‌ରେ ରହିଛୁ। କେବେ ବି ଏକାଠି ‌ରାତ୍ରୀ ଭୋଜନ କରିବାର ସୁଯୋଗ ପାଇନୁ। କିନ୍ତୁ ଭବିଷ୍ୟ‌ତରେ ଏଭଳି ହେବନି ବୋଲି ମୁଁ ଭାବୁଥିବା କଥା ରୋନାଲ୍‌ଡୋ କହିଛନ୍ତି।

ସମ୍ବନ୍ଧିତ ଖବର