ନୂଆଦିଲ୍ଲୀ: ଅଧିନାୟକ ବିରାଟ କୋହଲି ଟିମ୍ ଇଣ୍ଡିଆର ସବୁଠାରୁ ଲୋକପ୍ରିୟ କ୍ରିକେଟର। ୨୦୧୭ ଜୁନରେ ପ୍ରକାଶିତ ପତ୍ରିକା ‘ଫୋବର୍ସ’୧୦୦ ଅାଥଲେଟ୍ ତାଲିକାରେ ବିରାଟ ହେଉଛନ୍ତି ଭାରତର ଏକମାତ୍ର ଖେଳାଳି। କୋହଲି ଏହି ତାଲିକାରେ ୮୯ତମ ସ୍ଥାନରେ ରହିଛନ୍ତି। ଏହି ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି, ଷ୍ଟାର ଫୁଟବଲ୍ର ରୋନାଲଡୋ।
Sambad is now on WhatsApp
Join and get latest news updates delivered to you via WhatsApp
କିଛି ମାମଲାରେ ଯଦି ଉଭୟ ଖେଳାଳିଙ୍କୁ ତୁଳନା କରାଯିବ, ତେବେ କୋହଲି ବହୁ ପଛରେ ଅଛନ୍ତି। କାରଣ କୋହଲିଙ୍କ ପାଖରେ ସମୁଦାୟ ଯେତେଟି କାର ଅଛି, ସବୁତକର ମୂଲ୍ୟ ରୋନାଲଡୋଙ୍କ ପାଖରେ ଥିବା ଗୋଟିଏ କାରର ମୂଲ୍ୟ ଠାରୁ କମ୍ ହେବ। ବିରାଟଙ୍କ ପାଖରେ ଥିବା ସବୁତକ କାରର ମୂଲ୍ୟ ୧୦ କୋଟି ଟଙ୍କା। କିନ୍ତୁ ରୋନାଲଡୋଙ୍କ ପାଖରେ ଥିବା ଗୋଟିଏ ବିଳାସମୟ କାରର ମୂଲ୍ୟ ପାଖାପାଖି ୧୧ କୋଟି ଟଙ୍କା।
କାର ପ୍ରିୟ ରୋନାଲ୍ଡୋ
ଆଜିର ଦିନରେ ରୋନାଲଡୋଙ୍କ ପାଖରେ ୧୯ଟି କାର ଅଛି। ରୋନାଲ୍ଡୋ ଏହି କାରଗୁଡ଼ିକ ୨୦୦୬ରୁ ୨୦୧୨ ଭିତରେ କିଣିଥିଲେ। ରୋନାଲ୍ଡୋ ୨୦୦୭ରେ ୩ଟି, ୨୦୦୮ରେ ୩ଟି ଓ ୨୦୦୯ରେ ୪ଟି କିଣିଥିଲେ।
-ଲେମ୍ବୋର୍ଗିନ ଏଭେନଣ୍ଟୋର ଏପି-୭୦୦-୪: ମୂଲ୍ୟ ୨ କୋଟି ଟଙ୍କା। ଏହାକୁ ସେ ୨୦୧୨ରେ କିଣିଥିଲେ।
-ବିଏମ୍ଡବ୍ଲୁ ଏମ୍୬: ମୂଲ୍ୟ ୬୫ ଲକ୍ଷ। ୨୦୦୬ରେ କିଣିଥିଲେ।
-ଭେଣ୍ଟେଲ କଣ୍ଟିନ୍ୟାସନାଲ ଜିଟିସି: ମୂଲ୍ୟ ୧.୩ କୋଟି। ୨୦୦୭ରେ କିଣା ଯାଇଥିବା ବିଳାସମୟ କାର ଗୁଡ଼ିକ ମଧ୍ୟରୁ ଅନ୍ୟତମ।
-ଅଡି ଆର୮: ମୂଲ୍ୟ ୯୬ ଲକ୍ଷ ଟଙ୍କା। ୨୦୦୯ରେ କିଣିଥିଲେ।
-ମର୍ସିଡିଜ ବେଞ୍ଜ ସି-କ୍ଲାସ ସ୍ପେଟ୍ର୍ସ: ମୂଲ୍ୟ ୩୫ ଲକ୍ଷ। ୨୦୦୭ରେ କିଣିଥିଲେ।
-ପୋର୍ସ କିୟାନି: ମୂଲ୍ୟ ୪୫ ଲକ୍ଷ। ୨୦୦୭ରେ କିଣିଥିଲେ।
-ଫେରାରି ୫୯୯ ଜିଟିବି ଫୌରାନେ: ମୂଲ୍ୟ ପାଖାପାଖି ୨ କୋଟି ଟଙ୍କା। ରୋନାଲ୍ଡୋଙ୍କ କଲେକ୍ସନ୍ରେ ୨୦୦୮ରେ ସାମିଲ।-ଅଡି କ୍ୟୁ୭: ମୂଲ୍ୟ ୩୨ ଲକ୍ଷ। ୨୦୦୮ରେ କିଣିଥିଲେ।
-ଆଷ୍ଟନ ମାଟିର୍ନ ଡିବି୯: ମୂଲ୍ୟ ୧.୩ କୋଟି ଟଙ୍କା।
-ଫ୍ୟାଟମ ରୋଲ୍ସ: ମୂଲ୍ୟ ୧.୩ କୋଟି ଟଙ୍କା।
-ଫେରାରି ୫୯୯ ଜିଟିଓ: ମୂଲ୍ୟ ୨.୦୫ କୋଟି ଟଙ୍କା। ଏହାକୁ ରୋନାଲଡୋ ୨୦୧୧ରେ କିଣିଥିଲେ।
-ମସେରାତି ଗ୍ରୋନକୈବ୍ରିୟୋ: ମୂଲ୍ୟ ୯୦ ଲକ୍ଷ ଟଙ୍କା। ୨୦୧୧ରେ କିଣିଥିଲେ।
-ଅଡି ଆରଏସ୍୬: ମୂଲ୍ୟ ୫୧ ଲକ୍ଷ୍ୟ ଟଙ୍କା। ୨୦୦୯ରେ କିଣାଯାଇଥିଲା।
-ଭେଣ୍ଟେଲ ଜିଟି ସ୍ପିଡ: ମୂଲ୍ୟ ୧.୪ କୋଟି ଟଙ୍କା। ୨୦୦୯ରେ କିଣାଯାଇଥିଲା।
-ଫରାରି ଏ-୪୩୦: ମୂଲ୍ୟ ୨କୋଟି ଟଙ୍କା। ୨୦୦୮ରେ କଣିଥିଲେ।
-ପୋର୍ସ ୯୧୧: ମୂଲ୍ୟ ୬୫ ଲକ୍ଷ ଟଙ୍କା। ୨୦୦୯ରେ କିଣିଥିଲେ।
ଦ୍ରୁତ ଗତିରେ ଗଡୁଥିବା ରୋନାଲଡୋଙ୍କ ପାଖରେ ପାଖାପାଖି ୧୯ଟି ଲଗଜରି କାର ଅଛି କିନ୍ତୁ ତାଙ୍କର ସବୁଠାରୁ ଲୋକପ୍ରିୟ କାର ହେଉଛି ‘ବାଗୁଟି ଭେରନ।’ ୩୦ ମିଲିୟନରୁ ଅଧିକ ଡଲାର ରୋଜଗାର କରୁଥିବା ରୋନାଲଡୋଙ୍କ ଏହି କାରର ମୂଲ୍ୟ ୧୧ କୋଟି ଟଙ୍କା(୧.୭ମିଲିୟନ ଡଲାର)।
ଏହା ବ୍ୟତୀତ ତାଙ୍କ ପାଖରେ ଲିମ୍ବୋର୍ଗନ, ବିଏମ୍ଡବ୍ଲୁ, ମର୍ସିଡିଜ୍, ପୋର୍ସ ଓ ଫେରାରି କାର ଅଛି। ଇଣ୍ଡିଆନ୍ କ୍ରିକେଟର ବିରାଟ କୋହଲିଙ୍କ ସବୁଠାରୁ ଦାମୀ କାର ହେଉଛି ‘ଅଡ଼ି।’ ୪ଟି ବିଳାସମୟ କାର ବିରାଟଙ୍କ ପାଖରେ ଅଛି। ବିରାଟ ହେଉଛନ୍ତି ‘ଅଡି’ର ବ୍ରାଣ୍ଡ ଆମ୍ବାସଡର।