ରିୟାଦ : ଫୁଟ୍ବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସାଉଦି ଆରବ ସରକାର ଏକ ୨୨ କ୍ୟାରଟ୍ ସୁନାରେ ଆଛାଦିତ ବାଇକ୍ ଉପହାର ଦେଇଥିବା କଥା ଏବେ ଚାରିଆଡେ ଚର୍ଚ୍ଚା। ବିଶେଷ କରି ସାମାଜିକ ଗଣାମାଧ୍ୟମରେ। ଏହି ଖବରକୁ ଅନୁସଂଧାନ କରଯିବା ପରେ ସ୍ପଷ୍ଟ ହୋଇଛି ସାଉଦି ସରକାର ଏଭଳି କୌଣସି ଉପହାର ଦେଇନାହାନ୍ତି। ସାଉଦି ଆରବର ଗୋଟିଏ ବି ଖବର ସରବରାହ ସଂସ୍ଥା କି ୱେବସାଇଟ୍ ଏହା ଦେଇନାହାନ୍ତି। ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଫୁଟ୍ବଲର୍ ଭାବେ ପରିଚିତ ରୋନାଲ୍ଡୋ ଏବେ ରିୟାଦସ୍ଥିତ ଅଲ୍ ନାସର୍ କ୍ଲବ୍ ପାଇଁ ଖେଳୁଛନ୍ତି।
ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ @faisal_abu_sara ରୁ ପ୍ରଥମେ ଏହି ଖବର ପୃଷ୍ଟି ହେବା ପରେ ଭାଇରାଲ୍ ହୋଇଯାଇଥିଲା। ଭାରତରେ ମଧ୍ୟ ଅବସରପ୍ରାପ୍ତ ଆଇପିଏସ୍ ତଥା ରମଣ ମାଗାସେସ୍ ପୁରସ୍କାରପ୍ରାପ୍ତ କିରଣ ବେଦୀ ଏଭଳି ଖବରକୁ ନିଜ ଆକାଉଣ୍ଟରେ ଉଲ୍ଲେଖ କରିଥିଲେ। ଶେଷରେ ଏହା ଏକ ମିଛ ଖବର ବୋଲି ଜଣାପଡ଼ିଛି। ଏପରିକି ଯେଉଁ ଫଟୋଚିତ୍ରଟି ସେୟାର କରାଯାଇଛି ତାହା ମଧ୍ୟ ୨୨ କ୍ୟାରଟ ସୁନାରେ ଆଛାଦିତ ନୁହେଁ କି ରୋନାଲଡୋଙ୍କର ନୁହେଁ ବୋଲି ସ୍ପଷ୍ଟ ହୋଇଛି। ଗତବର୍ଷଠାରୁ ପର୍ତ୍ତୁଗାଲ୍ କିଂବଦନ୍ତି ରୋନାଲ୍ଡୋ ଅଲ୍ ନାସର୍ କ୍ଲବ୍ରୁ ପ୍ରତିନିଧିତ୍ବ କରୁଥିବେଳେ ଅଦ୍ୟାବଧି ଏହି ସାଇଦି କ୍ଲବ୍ ପାଇଁ ୧୪ ମ୍ୟାଚ୍ରୁ ୧୩ ଗୋଲ୍ ଦେଇ ସାରିଛନ୍ତି। ସାଉଦି ପ୍ରୋ ଲିଗ୍ରେ ଅଲ୍ ନାସର୍ ମଧ୍ୟ ପଏଣ୍ଟ ଟେବୁଲ୍ର ଦ୍ବିତୀୟ ସ୍ଥାନରେ ରହିଛି।