ଜୁଭେଣ୍ଟସ୍‌ରେ ଯୋଗଦେଲେ ରୋନାଲ୍‌ଡୋ

ତୁରିନ୍‌,: ରିଅଲ୍‌ ମାଦ୍ରିଦ୍‌ର ସର୍ବାଧିକ ଗୋଲ୍‌ ସ୍କୋରର୍‌ କ୍ରିଷ୍ଟିଆନ୍‌ ରୋନାଲ୍‌ଡୋ ଏହି କ୍ଲବ୍‌ର ହାତ ଛାଡ଼ିଛନ୍ତି। ୪୫୧ ଗୋଲ୍‌, ଦୁଇ ଦୁଇ ଥର ଲା ଲିଗା ମୁକୁଟ ସହ ଚାରିଥର ଚାମ୍ପିଅନ୍‌ସ ଲିଗ୍‌ ଟ୍ରଫି କରାୟତ କରିଥିବା ଏହି ପର୍ତୁଗାଲ୍‌ ତାରକା ମଙ୍ଗଳବାର ଇଟାଲି କ୍ଲବ୍‌ ଜୁଭେଣ୍ଟସ୍‌ ସହ ଯୋଡ଼ି ହୋଇଛନ୍ତି। ଜୁଲାଇ ୨୦୦୯ରେ ରୋନାଲ୍‌ଡୋ ମଞ୍ଚେଷ୍ଟର ୟୁନାଇଟେଡ୍‌ ଛାଡ଼ି ରିଅଲ୍‌ ମାଦ୍ରିଦ୍‌ ସହ ଯୋଗଦେଇଥିଲେ। ସେହି ଦିନଠାରୁ ସେ ରିଅଲ୍‌ ମାଦ୍ରିଦ୍‌ ସହ ରହି ଆସିଥିଲେ। ୫ ଥର ବିଶ୍ୱର ଶ୍ରେଷ୍ଠ ଫୁଟ୍‌ବଲ୍‌ ପୁରସ୍କାର ପାଇଥିବା ଏହି ତାରକା ୧୦୫ ନିୟୁତ ପାଉଣ୍ଡ୍‌ ତଥା ୯୫୬ କୋଟି ଭାରତୀୟ ମୁଦ୍ରାରେ ଜୁଭେଣ୍ଟସ୍‌ ସହ ଚୁକ୍ତି କରିଥିଲେ।

ସମ୍ବନ୍ଧିତ ଖବର