ଲଣ୍ଡନ: ପର୍ତ୍ତୁଗାଲ ଫୁଟ୍ବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ପାରିବାରିକ କାରଣରୁ ସୋମବାର ମାଞ୍ଚେଷ୍ଟର ୟୁନାଇଟେଡ୍ ଅଭ୍ୟାସରୁ ଓହରି ଯାଇଛନ୍ତି। ଏହାର ଗୋଟିଏ ଦିନ ଆଗରୁ ସେ ମାଞ୍ଚେଷ୍ଟର ଛାଡ଼ିବାକୁ ଚାହୁଁଥିବା ନେଇ କହିଥିବାରୁ ତାଙ୍କ ଓହରିବା ନେଇ ନାନା ଚର୍ଚ୍ଚା ହେଉଛି। ଅନ୍ତର୍ଜାତୀୟ ମ୍ୟାଚ୍ ଯୋଗୁଁ ଦଳଠୁ ଦୂରରେ ଥିବା ରୋନାଲ୍ଡୋ ସୋମବାର ମାଞ୍ଚେଷ୍ଟର ସହ ଅଭ୍ୟାସ କରିବାର ଯୋଜନା ରହିଥିଲା। କିନ୍ତୁ ପାରିବାରିକ କାରଣ ଦର୍ଶାଇ ସେ ଅନୁପସ୍ଥିତ ରହିଥିଲେ। ରୋନାଲ୍ଡୋ ଲଗାତାର ୧୯ ବର୍ଷ ଧରି ମାଞ୍ଚେଷ୍ଟର ପକ୍ଷରୁ ଚାମ୍ପିଅନ୍ ଲିଗ୍ରେ ଖେଳୁଛନ୍ତି। ଏହି ପ୍ରତିଯୋଗିତାରେ ସେ ଅଗ୍ରଣୀ ଗୋଲ୍ ସ୍କୋରର୍। ଏହି କ୍ଲବ୍ ସହ ତାଙ୍କର ଆହୁରି ଏକ ବର୍ଷ ଚୁକ୍ତି ବାକି ରହିଛି।
ପାରିବାରିକ କାରଣରୁ ମାଞ୍ଚେଷ୍ଟର ଅଭ୍ୟାସରୁ ଓହରିଲେ ରୋନାଲ୍ଡୋ
/sambad/media/post_attachments/wp-content/uploads/2020/05/ronaldo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)