ଇଟାଲି‌ ଫେରିଲେ ରୋନାଲ୍‌ଡୋ

ମିଲାନ୍‌: କୋଭିଡ୍‌-୧୯ ପରିସ୍ଥିତି ପାଇଁ ଜନ୍ମମାଟି ପର୍ତୁଗାଲ୍‌ରେ ୨ ମାସ ଗୃହାବଦ୍ଧ ରହିବା ପରେ ଜୁଭେଣ୍ଟସ୍ ତାରକା କ୍ରିଷ୍ଟିଆନୋ ରୋନାଲ୍‌ଡୋ ଇଟାଲି ଫେରିଛନ୍ତି। ସୋମବାର ସେ ଟ୍ୟୁରିନ୍ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏକ ଘରୋଇ ଜେଟ୍‌ରେ ମାଡିରାରୁ ଟ୍ୟୁରିନ୍ ପହଞ୍ଚିବା ପରେ ଏବେ ଦୁଇ ସପ୍ତାହ ପାଇଁ ଏକାନ୍ତବାସରେ ରହିବେ ଏହି ୫ ଥର ବାଲନ୍ ଓ’ଡାୟର୍‌ ପୁରସ୍କାର ବିଜେତା। ମାର୍ଚ ୮ ତାରିଖରେ ୩୫ ବର୍ଷୀୟ ରୋନାଲ୍‌ଡୋ ଜୁଭେଣ୍ଟସ୍‌ର ଶେଷ ସିରି ‘ଏ’ ମୁକାବିଲାରେ ଇଣ୍ଟନ୍ ମିଲାନ୍‌କୁ ହରାଇବା ମ୍ୟାଚ୍‌ରେ ଖେଳିଥିଲେ। ଇଟାଲିରେ ଅଦ୍ୟାବଧି ୨୯,୦୦୦ ଲୋକ ପ୍ରାଣ ହରାଇଛନ୍ତି। ମା’ଙ୍କ ଅସୁସ୍ଥତା କାରଣରୁ ସେ ସ୍ବଦେଶ ଫେରିଯିବାରୁ ଆଉ ଫେରି ପାରିନଥିଲେ। ଫୁଟ୍‌ବଲ୍ ଋତୁ ବି ଅଟକି ଯାଇଥିଲା। ସୋମବାରଠାରୁ ଜୁଭେଣ୍ଟସ୍ ଏହାର ୧୦ ଜଣ ବିଦେଶୀ ଖେଳାଳିଙ୍କ ତାଲିମ ଆରମ୍ଭ କରିଛି। ଗଞ୍ଜାଲୋ ହିଗୁଇଁ କିନ୍ତୁ ମା’ଙ୍କ ଅସୁସ୍ଥତା କାରଣରୁ ଆର୍ଜେଣ୍ଟିନାରୁ ଫେରି ପାରିନାହାନ୍ତି।

ସମ୍ବନ୍ଧିତ ଖବର