ନୂଆଦିଲ୍ଲୀ : ଫିଫା ବିଶ୍ବକପ୍ରେ କ୍ରିଷ୍ଟିଆନୋ ରୋନାଲ୍ଡୋ ପର୍ତ୍ତୁଗାଲ ଦଳର ନେତୃତ୍ବ ନେବେ। ବିଶ୍ବର ଏହି ସର୍ବାଧିକ ଗୋଲ୍ ସ୍କୋରରଙ୍କ ଦଳରେ ଅଧିକାଂଶ ଯୁବ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି। ପର୍ତ୍ତୁଗାଲ୍ ଏପର୍ଯ୍ୟନ୍ତ ଗୋଟିଏ ବି ବିଶ୍ବକପ୍ ଟ୍ରଫି ଜିତିପାରିନାହିଁ। ତେଣୁ ପ୍ରତ୍ୟେକ ଖେଳାଳି ଏବେ ଜିତିବା ପାଇଁ ଭୋକିଲା ଥିବା ପ୍ରଶିକ୍ଷକ ଫର୍ଣ୍ଣାଣ୍ଡୋ ସାନ୍ତୋଷ କହିଛନ୍ତି। ରୋନାଲ୍ଡୋଙ୍କ ପାଇଁ ଏହା ହେଉଛି ପଞ୍ଚମ ବିଶ୍ବକପ୍। ୨୦୦୬ ପରଠୁ ସମସ୍ତ ବିଶ୍ବକପ୍ରେ ପର୍ତ୍ତୁଗାଲ୍ର ଜଣେ ନିୟମିତ ସଦସ୍ୟ ଭାବେ ରୋନାଲ୍ଡୋ ଖେଳିଆସୁଛନ୍ତି। କାତାରରେ ପର୍ତ୍ତୁଗାଲ୍ ଗ୍ରୁପ୍-ଏଚ୍ରେ ୨୪ ତାରିଖରେ ଘାନା, ୨୮ରେ ଉରୁଗୁଏ ଓ ଡିସେମ୍ବର ୨ ତାରିଖରେ ଦକ୍ଷିଣ କୋରିଆ ବିପକ୍ଷରେ ମ୍ୟାଚ୍ ଖେଳିବ।
ପର୍ତ୍ତୁଗାଲ ଦଳ: ଗୋଲରକ୍ଷକ-ଡିଆଗୋ କୋଷ୍ଟା, ରୁଇ ପାଟ୍ରିସିଓ, ଜୋସ୍ ସା, ଡିଫେଣ୍ଡର୍-ଡିଓଗୋ ଡାଲଟ୍, ଜୋଆଓ କାନସେଲୋ, ଡାନିଲୋ ପେରେଇରା, ପେପେ, ରୁବେନ୍ ଡାଏଆସ୍, ଆଣ୍ଟୋନିଓ ସିଲ୍ଭା, ନୁନୋ ମେଣ୍ଡେସ୍, ରାଫେଲ୍ ଗୁଇରେଇରୋ, ମିଡ୍ଫିଲ୍ଡର-ରୁବେନ୍ ନେଭେସ୍, ଜୋଆଓ ପାଲ୍ହିନ୍ହା, ୱିଲିୟମ୍ କାର୍ଭାଲୋ, ବ୍ରୁନୋ ଫର୍ଣ୍ଣାଣ୍ଡିସ୍, ଭିଟିନ୍ହା, ଓଟାଭିଓ, ଜୋଆଓ ମାରିଓ, ମାଥ୍ୟୁସ୍ ନୁନେସ୍, ବର୍ଣ୍ଣାଡୋ ସିଲ୍ଭା, ଫରୱାର୍ଡ-ରାଫେଲ୍ ଲିଆଓ, ଜୋଆଓ ଫେଲିକ୍ସ, ରିକାର୍ଡୋ ହୋର୍ଟା, ଗଙ୍କାଲୋ ରାମୋସ୍, କ୍ରିଷ୍ଟିଆନୋ ରୋନାଲ୍ଡୋ, ଆନ୍ଦ୍ରେ ସିଲ୍ଭା।