ଲିସ୍ବନ୍: ପର୍ତୁଗାଲ୍ ତାରକା ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ୨୦୦ତମ ଆନ୍ତର୍ଜାତିକ ମ୍ୟାଚ୍ ମାଇଲ୍ଖୁଣ୍ଟ ଛୁଇଁଛନ୍ତି। ପୂର୍ବରୁ କୁଏତ୍ର ବାଦର ଅଲ୍ ମୁତୱାଙ୍କ ୧୯୬ ଆନ୍ତର୍ଜାତିକ ମ୍ୟାଚ୍ କୀର୍ତ୍ତିମାନକୁ ରୋନାଲ୍ଡୋ ଟପିଥିଲା ବେଳେ ମଙ୍ଗଳବାର ଆଇସ୍ଲାଣ୍ଡ ବିପକ୍ଷରେ ୨୦୦ତମ ମ୍ୟାଚ୍ ଖେଳିଥିଲେ। ୟୁରୋ କପ୍ ଯୋଗ୍ୟତା ପର୍ଯ୍ୟାୟରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ରୋନାଲ୍ଡୋଙ୍କ ଗୋଲ୍ ବଳରେ ପର୍ତୁଗାଲ୍ ୧-୦ ଗୋଲ୍ରେ ବିଜୟୀ ହୋଇଥିଲା। ପର୍ତୁଗାଲ୍କୁ ଏହି ମ୍ୟାଚ୍ରେ କଡ଼ା ସଂଘର୍ଷର ସାମ୍ନା କରିବାକୁ ପଡ଼ିଥିଲା।
ଏପରିକି ୮୧ ତମ ମିନିଟ୍ରେ ୱିଲମ୍ ଥର୍ ୱିଲୁମସନ୍ ଦ୍ବିତୀୟ ହଳଦିଆ କାର୍ଡ ପାଇ ପଡ଼ିଆ ବାହାରକୁ ଚାଲିଯାଇଥିଲେ। ଯେଉଁଥିପାଇଁ ପର୍ତୁଗାଲ୍କୁ ୧୦ ଜଣଙ୍କୁ ନେଇ ଖେଳିବାକୁ ପଡ଼ିଥିଲା। ଅନ୍ୟପକ୍ଷରେ ରୋନାଲ୍ଡୋଙ୍କୁ ତାଙ୍କ ଗୋଲ୍ ଉତ୍ସବ ପାଳନ କରିବା ପାଇଁ ଦୁଇ ମିନିଟ୍ ଅପେକ୍ଷା କରିବାକୁ ପଡ଼ିଥିଲା। ୮୯ ମିନିଟ୍ରେ ରୋନାଲ୍ଡୋ ଗୋଲ୍ ଦେଇଥିଲେ ବି ରେଫରି ତାହାକୁ ଅଫ୍ସାଇଡ୍ ସିଗ୍ନାଲ୍ ଦେଇଥିଲେ। କିନ୍ତୁ ଭାର୍ରେ ତାହାକୁ ଗୋଲ୍ ଘୋଷଣା କରାଯାଇଥିଲା। ଏହାଫଳରେ ପର୍ତୁଗାଲ୍ ପାଇଁ ରୋନାଲ୍ଡୋ ୧୨୩ ତମ ଗୋଲ୍ ସ୍କୋର କରିବା ସହ ଆନ୍ତର୍ଜାତିକ ଫୁଟବଲ୍ରେ ସର୍ବାଧିକ ଗୋଲ୍ ସ୍କୋରର ହୋଇପାରିଛନ୍ତି।