ରୋନାଲ୍ଡୋଙ୍କ ନୂଆ କୀର୍ତ୍ତିମାନ

ନୂଆଦିଲ୍ଲୀ : ପର୍ତ୍ତୁଗାଲ୍‌ର ତାରକା ଫୁଟ୍‌ବଲ୍‌ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ସର୍ବାଧିକ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବାରେ କୀର୍ତ୍ତିମାନ ରଚିଛନ୍ତି। କୁଏତ୍‌ର ବାଦର ଅଲ୍‌ ମୁତୱା (୧୯୬) ଙ୍କୁ ପଛରେ ପକାଇ ରୋନାଲ୍ଡୋଙ୍କ ଆନ୍ତର୍ଜାତିକ ମ୍ୟାଚ୍‌ ସଂଖ୍ୟା ୧୯୭ରେ ପହଞ୍ଚିଛି। ଗୁରୁବାର ଲିଚଟେନ‌ଷ୍ଟେନ୍‌ ବିପକ୍ଷରେ ପର୍ତ୍ତୁଗାଲ ପକ୍ଷରୁ ମ୍ୟାଚ୍‌ ଖେଳି ସେ ଏହି କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି।

ପର୍ତ୍ତୁଗାଲ୍‌ ଏହି ମ୍ୟାଚ୍‌କୁ ୪-୦ ଗୋଲ୍‌ରେ ଜିତିଥିଲା ବେଳେ ରୋନାଲ୍ଡୋ ମଧ୍ୟ ଦୁଇଟି ଗୋଲ୍‌‌ ସ୍କୋର କରିଥିଲେ। ଫଳରେ ତାଙ୍କ ୨୦ ବର୍ଷର ଖେଳ ଜୀବନରେ ଆନ୍ତର୍ଜାତିକ ଗୋଲ୍‌ ସଂଖ୍ୟା ୧୨୦ରେ ପହଞ୍ଚିଛି। ୨୦୦୩ରେ ପର୍ତ୍ତୁଗାଲ୍‌ ପାଇଁ ଆନ୍ତର୍ଜାତିକ ପଦାର୍ପଣ କରିଥିବା ରୋନାଲ୍ଡୋ ଗତବର୍ଷ ୫ଟି ବିଶ୍ବକପ୍‌ରେ ଗୋଲ୍‌ ସ୍କୋର କରିବାରେ କୀର୍ତ୍ତିମାନ କରିଥିଲେ। ବର୍ତ୍ତମାନ ସାଉଦି ଆରବ କ୍ଲବ୍‌ ଅଲ୍‌ ନାସର ସହିତ ସେ ଯୋଡ଼ି ହୋଇଛନ୍ତି।

ସମ୍ବନ୍ଧିତ ଖବର