ଅଲ୍ମାନସିଲ (ପର୍ତୁଗାଲ): ଆନ୍ତର୍ଜାତିକ ଫୁଟ୍ବଲ୍ରେ ୧୦ ଥର ହ୍ୟାଟ୍ରିକ୍ ଅର୍ଜନ କରିବାରେ କ୍ରିଷ୍ଟିଆନ ରୋନାଲ୍ଡୋ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଏକ୍ଷେତ୍ରରେ ସେ ମଧ୍ୟ ପ୍ରଥମ ପୁରୁଷ ଖେଳାଳି ହେବାର ଗୌରବ ବହନ କରିଛନ୍ତି। ଏହି ପର୍ତୁଗାଲ ଷ୍ଟ୍ରାଇକର ୨୦୨୨ ବିଶ୍ବକପ୍ ପାଇଁ ଚାଲିଥିବା ଯୋଗ୍ୟତାପର୍ଯ୍ୟା ଅନ୍ତର୍ଗତ ଗ୍ରୁପ୍-ଏ’ର ଲକ୍ସେମ୍ବର୍ଗ ବିପକ୍ଷ ମ୍ୟାଚ୍ରେ ଏହି ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି। ମଙ୍ଗଳବାର ପର୍ତୁଗିଜ୍ ନ୍ୟାସ୍ନାଲ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଲକ୍ସେମବର୍ଗକୁ ପର୍ତୁଗାଲ ୫-୦ ଗୋଲ୍ରେ ପରାସ୍ତ କରିଥିଲା ବେଳେ ରୋନାଲ୍ଡୋ ଦୁଇଟି ପେନାଲ୍ଟି ଗୋଲ୍ କରିବା ପରେ ତୃତୀୟଟିକୁ ହେଡର୍ ଜରିଆରେ କରିଥିଲେ। ପର୍ତୁଗାଲ ପାଇଁ ୧୦ ଥର ହ୍ୟାଟ୍ରିକ୍ ଅର୍ଜନ କରିଥିବା ରୋନାଲଡୋ ତାଙ୍କ କ୍ୟାରିୟରର ମୋଟ ୫୮ତମ ହ୍ୟାଟ୍ରିକ୍ ହାସଲ କରିଛନ୍ତି।
ରୋନାଲ୍ଡୋଙ୍କ କୀର୍ତ୍ତିମାନ: ୧୦ ଆନ୍ତର୍ଜାତିକ ହ୍ୟାଟ୍ରିକ୍ ଅର୍ଜନ କରିବାରେ ପ୍ରଥମ ପୁରୁଷ ଖେଳାଳି
/sambad/media/post_attachments/wp-content/uploads/2021/10/ronald.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)