ପ୍ୟାରିସ୍: ପର୍ତ୍ତୁଗାଲର ମହାନ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ଖୁବ୍ଶୀଘ୍ର ଫୁଟ୍ବଲ୍କୁ ଅଲ୍ବିଦା କହିବେ। ନିଜେ ରୋନାଲ୍ଡୋ ଏହି ସଙ୍କେତ ଦେଇଛନ୍ତି। ତେବେ ଅବସର ନେବା ପୂର୍ବରୁ ୧,୦୦୦ ଗୋଲ୍ ଦେବାର ମାଇଲ୍ଖୁଣ୍ଟ ଛୁଇଁବାକୁ ସେ ଆପ୍ରାଣ ଉଦ୍ୟମ କରିବେ ବୋଲି କହିଛନ୍ତି। ସଂପ୍ରତି ସାଉଦି ଆରବର ଅଲ୍ ନାସର୍ ଦଳ ପକ୍ଷରୁ ଖେଳୁଥିବା ରୋନାଲ୍ଡୋ ନିଜ ଦେଶ ଓ ବିଭିନ୍ନ କ୍ଲବ୍ ପକ୍ଷରୁ ଖେଳି ମୋଟ ଉପରେ ୯୫୨ଟି ଗୋଲ୍ ଦେଇଛନ୍ତି।
୫ଥର ବାଲନ ଡି’ ପୁରସ୍କାର ବିଜେତା ରୋନାଲ୍ଡୋଙ୍କୁ ଅବସର ବିଷୟରେ ହୋଇଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଅବସର ପାଇଁ ମୁଁ ପ୍ରାୟତଃ ପ୍ରସ୍ତୁତ। ହେଲେ ଫୁଟ୍ବଲ୍ ଛାଡ଼ିବା ନିଶ୍ଚିତ ଭାବେ ମୋ ପାଇଁ ଯନ୍ତ୍ରଣାଦାୟକ ହେବ। ଭବିଷ୍ୟତକୁ ନେଇ ମୁଁ ୨୫-୨୬ ବର୍ଷର ଥିଲା ବେଳଠୁ ପ୍ରସ୍ତୁତି କରି ଆସୁଛି। ଏଣୁ ଏହି କ୍ଷେତ୍ରରେ ବିଶେଷ ଅସୁବିଧାର ସମ୍ମୁଖୀନ ହେବିନି ବୋଲି ଭାବୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/06/fshfhsfxvbbv-2025-11-06-02-08-56.jpg)