ରୋନାଲ୍‌ଡୋଙ୍କୁ ପଛରେ ପକାଇଲେ ପୁଅ

ତୁରିନ : କ୍ରିଷ୍ଟିଆନୋ ରୋନାଲଡୋଙ୍କ ପୁଅ ରୋନାଲଡୋ ଜୁନିଅର ପିତାଙ୍କୁ ଟପି ଯାଇଛନ୍ତି। ରିଅଲ ମାଦ୍ରିଦ ଛାଡ଼ି ଜୁଭେଣ୍ଟସରେ ଯୋଗ ଦେଇଥିବା ରୋନାଲଡୋ ନିଜ ନୂଆ ଦଳର ପ୍ରଥମ ତିନିଟି ମ୍ୟାଚ୍‌ରେ ଗୋଟିଏ ହେଲେ ବି ଗୋଲ୍‌ ଦେଇ ପାରି ନାହାନ୍ତି। ହେଲେ ତାଙ୍କ ୮ ବର୍ଷୀୟ ପୁଅ ରୋନାଲଡୋ ଜୁନିଅର ଜୁଭେଣ୍ଟସ୍‌ ୯ ବର୍ଷରୁ କମ୍‌ ଦଳ ପକ୍ଷରୁ ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ଚାରିଟି ଗୋଲ୍‌ ଦେଇ ଚହଳ ସୃଷ୍ଟି କରିଛନ୍ତି। ୭ ନମ୍ବର ଜର୍ସି ପିନ୍ଧି ଖେଳିଥିବା ରୋନାଲଡୋ ଜୁନିଅର ମ୍ୟାଚ୍‌ର ଉଭୟାର୍ଧାରେ ଦୁଇଟି ଲେଖାଏଁ ଗୋଲ୍‌ ଦେଇଥିଲେ। ଫଳରେ ଜୁଭେଣ୍ଟସ୍‌ ଲୁସେଣ୍ଟୋ ବିପକ୍ଷ ଏହି ମ୍ୟାଚ୍‌କୁ ୫-୧ରେ ଜିତି ନେଇଥିଲା।

ସମ୍ବନ୍ଧିତ ଖବର