ରୋନାଲଡୋଙ୍କ ଯୁଗଳ ଗୋଲ୍‌; ଡର୍ଟମୁଣ୍ଡ୍‌ରେ ରିଅଲ୍‌ର ପ୍ରଥମ ବିଜୟ

ଡର୍ଟମୁଣ୍ଡ୍‌: କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ଯୁଗଳ ଗୋଲ୍‌ ବଳରେ ରିଅଲ୍‌ ମାଦ୍ରିଦ୍‌ ଜର୍ମାନିରେ ଚାମ୍ପିଅନ୍‌ସ ଲିଗ୍‌ର ପ୍ରଥମ ବିଜୟ ହାସଲ କରିଛି। ରୋନାଲ୍‌ଡୋ ଦୁଇଟି ଗୋଲ୍‌ କରିବାରୁ ଗ୍ରୁପ୍‌-ଏଚ୍‌ରେ ରିଅଲ୍‌ ମାଦ୍ରିଦ୍‌ ୩-୧ରେ ବୋରୁସିଆ ଡର୍ଟମୁଣ୍ଡ୍‌କୁ ପରାସ୍ତ କରିଦେଇଛି। ରୋନାଲ୍‌ଡୋ ମ୍ୟାଚ୍‌ର ୧୮ ଓ ୭୯ତମ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ଏଥି ସହିତ ରିଅଲ୍‌ ମଧ୍ୟ ଚାମ୍ପିଅନ୍‌ସ ଲିଗ୍‌ରେ ଦୁଇ ମ୍ୟାଚ୍‌ରୁ ଦୁଇ ବିଜୟ ହାସଲ କରିଛି। ରିଅଲ୍‌ ପକ୍ଷରୁ ୪୦୦ତମ ମ୍ୟାଚ୍‌ ଖେଳିଥିବା ରୋନାଲଡୋଙ୍କ ଗୋଲ୍‌ ସଂଖ୍ୟା ୪୧୧ରେ ପହଞ୍ଚିଛି। ଶେଷ ୭ ଚାମ୍ପିଅନ୍‌ସ ଲିଗ୍‌ ମ୍ୟାଚ୍‌ରେ ରୋନାଲ୍‌ଡୋଙ୍କ ଏହା ମୋଟ ୧୪ ଗୋଲ୍‌।

ସମ୍ବନ୍ଧିତ ଖବର