ବ୍ରିସବନ୍: ଟେଷ୍ଟ ଶୃଙ୍ଖଳାରେ ସଂଘର୍ଷ କରିଥିବା ଇଂଲଣ୍ଡ ଦିନିକିଆରେ ଜବରଦସ୍ତ କ୍ରିକେଟ୍ ଖେଳିଛି। ପ୍ରଥମ ମୁକାବିଲାରେ ଘରୋଇ ଅଷ୍ଟ୍ରେଲିଆକୁ ୫ ଓ୍ଵିକେଟ୍ରେ ହରାଇଥିବା ଶୁକ୍ରବାରର ଦ୍ୱିତୀୟ ଲଢ଼େଇକୁ ୪ ଓ୍ଵିକେଟ୍ରେ ଜିତି ନେଇଛି। ଫଳରେ ୫ ଟିକିଆ ଶୃଙ୍ଖଳାରେ ୨-୦ରେ ଆଗୁଆ ହୋଇ ଯାଇଛି। ଇଂଲଣ୍ଡର ଏହି ବିଜୟରେ ଯୁବ ତାରକା ଜୋ ରୁଟ୍ ପ୍ରମୁଖ ଭୂମିକା ତୁଲାଇଛନ୍ତି। ୩୧ ରନ୍ ଦେଇ ୨ ଓ୍ଵିକେଟ୍ ନେବା ସହ ୪୬ ରନ୍ର ଅପରାଜିତ ପାଳି ଖେଳି ସେ ଇଂଲଣ୍ଡକୁ ସହଜ ବିଜୟ ଉପହାର ଦେଇଛନ୍ତି। ସେଥିପାଇଁ ତାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ସ୍ଥାନୀୟ ଗାବା ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୫୦ ଓଭରରେ ୯ ଓ୍ଵିକେଟ୍ ହରାଇ ୨୭୦ ରନ୍ କରିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଆରୋନ ଫିଞ୍ଚ୍ (୧୦୬) ଶୃଙ୍ଖଳାରେ ଲଗାତାର ଦ୍ୱିତୀୟ ଶତକ ଅର୍ଜନ କରିଥିଲେ। ସେ ମଧ୍ୟ ୧୦ ଶତକ ହାସଲ କରିବାରେ ଅଷ୍ଟ୍ରେଲିଆର ଦ୍ରୁତତମ ଖେଳାଳି ହୋଇଥିଲେ। ଏହାର ଜବାବରେ ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜନି ବେୟାରଷ୍ଟୋ (୬୦), ଓ ତୃତୀୟ ସ୍ଥାନ ବ୍ୟାଟ୍ସମ୍ୟାନ୍ ଆଲେକ୍ସ ହାଲେସ (୫୭)ଙ୍କ ଅର୍ଧଶତକ ସହ ରୁଟ୍ଙ୍କ ୪୬* ରନ୍ ପାଇଁ ୪୪.୨ ଓଭରରେ ୨୭୪ ରନ୍ କରି ବିଜୟୀ ହୋଇଥିଲା। ଓ୍ଵିକେଟ୍ ରକ୍ଷକ ଜୋସ୍ ବଟଲର ୩୨ ବଲ୍ରୁ ଦ୍ରୁତ ୪୨ ରନ୍ କରିଥିଲେ।
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ୫୦ ଓଭରରେ ୯/୨୭୦ (ଆରୋନ ଫିଞ୍ଚ ୧୦୬, ମିଚେଲ ମାର୍ସ ୩୬, ଡେଭିଡ୍ ଓ୍ଵାର୍ନର ୩୫, ଜୋ ରୁଟ୍ ୨/୩୧, ଆଦିଲ ରସିଦ ୨/୭୧)। ଇଂଲଣ୍ଡ ୪୪.୨ ଓଭରରେ ୨୭୪ ( ଜନି ବେୟାରଷ୍ଟୋ ୬୦, ଆଲେକ୍ସ ହାଲେସ ୫୭, ଜୋ ରୁଟ୍ ୪୬, ଜୋସ୍ ବଟଲର ୪୨, ବ୍ରିସ୍ ଓକ୍ସ ୩୯*, ମିଚେଲ ଷ୍ଟାର୍କ ୪/୫୯, ଝେ ରିଚାର୍ଡସନ୍ ୨/୫୭)।
ରୁଟ୍ଙ୍କ ପାଇଁ ଇଂଲଣ୍ଡ ୨-୦ରେ ଆଗୁଆ
ଅଷ୍ଟ୍ରେଲିଆ ୪ ଓ୍ଵିକେଟ୍ରେ ହାରିଲା
/sambad/media/post_attachments/wp-content/uploads/2018/01/8-Joe-Root-remained-unbeaten-on.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)