କୁଲଦୀପଙ୍କୁ ଭଲ ଖେଳି ରୁଟ୍‌ ସଫଳ ହେଲେ: ସଚିନ

ନୂଆଦିଲ୍ଲୀ: ଅଗଷ୍ଟ୍‍ ପହିଲାରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‍ ଶୃଙ୍ଖଳାକୁ ନେଇ ସଚିନ ତେନ୍ଦୁଲକର ଆଶାବାଦୀ। ଇଂଲଣ୍ଡ ଯଦି ଶୁଷ୍କ ପିଚ୍‌ ପ୍ରସ୍ତୁତ ରଖିବ ତେବେ କୁଲଦୀପ ଫଳପ୍ରସୂ ସାବ୍ୟସ୍ତ ହେବେ ବୋଲି ଆଶାବ୍ୟକ୍ତ କରିଛନ୍ତି ସଚିନ ତେନ୍ଦୁଲକର। ଦିନିକିଆ ଶୃଙ୍ଖଳା ବେଳେ କୁଲଦୀପଙ୍କ ବଲ୍‌କୁ ତାଙ୍କ ହାତରୁ ଖସିବା ବେଳୁ ଠିକଣା ଭାବେ ଠଉରେଇ ପାରିଥିବାରୁ ଜୋ ରୁଟ୍‌ ସଫଳ ହୋଇଥିଲେ। ଏହା ହିଁ ତାଙ୍କ ଦିନିକିଆ ସଫଳତାର କାରଣ ବୋଲି ସଚିନ କହିଛନ୍ତି। ତଥାପି ଟେଷ୍ଟ୍‍ରେ କୁଲଦୀପ ଭିନ୍ନ ରହିବେ। ଏବେ କୁଲଦୀପଙ୍କ କଚଟି ଭଙ୍ଗୀ ଜଟୀଳ ପାଲଟିଛି। ତାଙ୍କ ବଲ୍‌ ଥରେ ପିଚ୍‌ ଛୁଇଁବା ପରେ ବିଶ୍ୱରେ ଏତେ ବ୍ୟାଟସମ୍ୟାନ୍‌ ନାହାନ୍ତି ଯିଏ ତାଙ୍କୁ ଭଲରେ ଖେଳିପାରିବେ। ସୀମିତ ଓଭର ଭଳି ଯଦି ଫ୍ଲାଟ ଓ ଶୁଷ୍କ ପିଚ୍‌ ରହିବ ଏବଂ ବର୍ତମାନର ପାଗ ବଦଳିବ ନାହିଁ ତେବେ ଟେଷ୍ଟ୍‍ ଶୃଙ୍ଖଳାରେ କୁଲଦୀପଙ୍କ ସହିତ ଅନ୍ୟ ଭାରତୀୟ ସ୍ପିନର୍‌ ବି ଭଲ କରିବେ। କିନ୍ତୁ ଘାସୁଆ ପିଚ୍‌ ପ୍ରସ୍ତୁତ ହେଲେ ସ୍ୱାଭାବିକ ଭାବେ ଇଂଲଣ୍ଡ ସିମର୍‌ ପ୍ରାଧାନ୍ୟ ବିସ୍ତାର କରିବ ବୋଲି ସଚିନ କହିଛନ୍ତି। ଯଶପ୍ରୀତ୍‌ ବୁମରା ଏବଂ ଭୁବନେଶ୍ୱର କୁମାରଙ୍କ ଅଭାବ ରହିବ। କିନ୍ତୁ ବିରାଟ କୋହଲିଙ୍କ ୨୦୧୪ ଇଂଲଣ୍ଡ ବିଫଳତାରେ କୌଣସି ପ୍ରଭାବ ରହିବ ନାହିଁ ବୋଲି ସଚିନ ଦୃଢ଼ତାର ସହ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର