ନ୍ୟୁଜିଲାଣ୍ତ ବିପକ୍ଷ ଶେଷ ଟେଷ୍ଟ୍‌ରେ ରୁଟ୍‌ଙ୍କ ଦ୍ବିଶତକ; ଭଲ ସ୍ଥିତିରେ ଇ˚ଲଣ୍ତ

ଵାଗନରଙ୍କୁ ୫ ଵିକେଟ୍‌ ପରେ ନ୍ୟୁଜିଲାଣ୍ତ ଦ୍ବିତୀୟ ପାଳିରେ ୯୬/୨

ହାମିଲଟନ୍‌: ଜୋ ରୁଟ୍‌ଙ୍କ ତୃତୀୟ ଟେଷ୍ଟ୍‌ ଦ୍ବିଶତକ (୨୨୬) ଯୋଗୁ ନ୍ୟୁଜିଲାଣ୍ତ ବିପକ୍ଷ ଶେଷ ଟେଷ୍ଟ୍‌ରେ ଇ˚ଲଣ୍ତ ମଜବୁତ୍‌ ସ୍ଥିତିରେ ପହଞ୍ଚିଛି। ନ୍ୟୁଜିଲାଣ୍ତର ପ୍ରଥମ ପାଳି ୩୭୫ ରନ୍‌ ଜବାବରେ ଚତୁର୍ଥ ଦିନରେ ଇ˚ଲଣ୍ତ ୪୭୬ ରନ୍‌ରେ ପାଳି ଶେଷ କରିଥିଲା। ଫଳରେ ଇ˚ଲଣ୍ତ ୧୦୧ ରନ୍‌ରେ ଆଗୁଆ ଥିବାବେଳେ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ନ୍ୟୁଜିଲାଣ୍ତ ଦ୍ବିତୀୟ ପାଳିରେ ୩୪ ଓଭର ଖେଳି ୨ ଵିକେଟ ବିନିମୟରେ ୯୬ ରନ୍‌ ସ˚ଗ୍ରହ କରିଛି। ହାତରେ ୮ ୱିକେଟ୍ ଥିଲା ବେଳେ ନ୍ୟୁଜିଲାଣ୍ଡ ଏବେ ମୋଟ ଉପରେ ୫ ରନ୍ ପଛରେ ରହିଛି।

ରବିବାରର ଅସମାପ୍ତ ପାଳି (୨୬୯/୫)ରୁ ଇ˚ଲଣ୍ଡ ‌ସୋମବାରର ଖେଳିବା ଆରମ୍ଭ କରିଥିଲା। ୧୭ତମ ଶତକ ଅର୍ଜନ କରି ଅପରାଜିତ ଥିବା ଅଧିନାୟକ ଜୋ ରୁଟ ଓ ଓଲି ପୋପ୍‌ ଷଷ୍ଠ ଵିକେଟ୍‌ରେ ୧୯୩ ରନ୍‌ ଯୋଗ କରିଥିଲେ। ରୁଟ୍‌ ନିଜର ଶତକକୁ ଦ୍ବିଶତକରେ ପରିଣତ କରିବାରେ ସଫଳ ହେବା ସହ ତୃତୀୟ ଥର ପାଇଁ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଏଥିପୂର୍ବରୁ ୨୦୦୪ରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଦ୍ବିଶତକ (୨୦୦*) ଅର୍ଜନ କରିଥିଲା ବେଳେ ୨୦୧୬ରେ ପାକିସ୍ତାନ ବିପକ୍ଷରେ ୨୫୪ ରନ୍‌ ସ˚ଗ୍ରହ କରିଥିଲେ। ଏଥିମଧ୍ୟରେ ଅର୍ଧଶତକ ହାସଲ କରିଥିବା ପୋପ୍‌ ୭୫ (୨୦୨ ବଲ୍‌, ୬ଚୌକା) ରନ୍‌ କରିଥିଲା ବେଳେ ଵାଗନରଙ୍କ ଶିକାର ହୋଇଥିଲେ। ତାଙ୍କ ପଛକୁ ରୁଟ୍‌ ୨୨୬ (୪୪୧ ବଲ୍‌, ୨୨ ଚୌକା, ୧ ଛକା)ମାତ୍ର ୪ ବଲ୍‌ ବ୍ୟବଧାନ ପରେ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରି ପାରି ନଥି‌ଲେ। ଫଳରେ ଇ˚ଲଣ୍ତ ୪୭୬ ରନ୍‌ରେ ଅଟକିଯାଇଥିଲା। କିୱି ବୋଲର ନିଲ ଵାଗନର ୧୨୪ ରନ୍‌ ବ୍ୟୟ କରି ୫ ଵିକେଟ୍‌ ଅକ୍ତିଆର କରିଥିଲେ। ଏହାପରେ ଦ୍ବିତୀୟ ପାଳି ଆରମ୍ଭ କରିଥିବା ନ୍ୟୁଜିଲାଣ୍ତ ଆରମ୍ଭରୁ ଜିତ୍‌ ରାଭାଲ (୦)ଙ୍କ ରୂପରେ ପ୍ରଥମ ଝଟ୍‌କା ପାଇଥିଲା। ନବମ ଓଭରରେ ଟମ୍‌ ଲାଥମ (୧୮)ଙ୍କ ଵିକେଟ୍‌ ଚାଲିଯିବାରୁ ଏବେ ଅଧିନାୟକ କେନ୍ ଵିଲିୟମସନ୍‌ (୩୭*) ଓ ରସ୍ ଟେଲର (୩୧*)ଙ୍କ ଉପରେ ଦଳ ଅଧିକ ନିର୍ଭରଶୀଳ ରହିବ।

ସ˚କ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ତ ପ୍ରଥମ ପାଳି- ୩୭୫ (ଟମ୍‌ ଲାଥାମ ୧୦୫, ଷ୍ଟୁଆର୍ଟ ବ୍ରଡ ୪/୭୩)। ଇ˚ଲଣ୍ତ ପ୍ରଥମ ପାଳି-୪୭୬ (ଜୋ ରୁଟ୍‌ ୨୨୬, ରୋରି ବର୍ନସ ୧୦୧, ଓଲି ପୋପ୍‌ ୭୫, ନିଲ ଵାଗନର- ୫/୧୨୪, ଟିମ୍‌ ସାଉଦି- ୨/୯୦, ମ୍ୟାଟ ହେନରି- ୧/୮୭, ମିଚେଲ ସାଣ୍ଟନର- ୧/୮୮)। ନ୍ୟୁଜିଲାଣ୍ତ ଦ୍ବିତୀୟ ପାଳି-୩୪ ଓଭରରେ ୯୬/୨ (ଟମ୍‌ ଲାଥମ ୧୮, କେନ୍‌ ଵିଲିୟମସନ୍‌ ୩୭*, ରସ ଟେଲର ୩୧*)

ସମ୍ବନ୍ଧିତ ଖବର