ଟରଣ୍ଟୋ: ସ୍ୱିଜରଲାଣ୍ଡ ଟେନିସ୍ ତାରକା ରୋଜର ଫେଡେରର୍ ଟରଣ୍ଟୋରେ ହେବାକୁଥିବା ରୋଜର୍ସ କପ୍ରୁ ଓହରି ଯାଇଛନ୍ତି। ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ୩୬ ବର୍ଷୀୟ ଫେଡେରର୍ ବିଶ୍ରାମ ନେବା ଲାଗି ଓହରି ଯାଇଛନ୍ତି। ଗତବର୍ଷ ରୋଜର୍ସ କପ୍ର ଫାଇନାଲ୍ରେ ସେ ଜର୍ମାନିର ଆଲେକଜାଣ୍ଡ୍ର ଭେରଭ୍ଙ୍କଠୁ ହାରି ଉପବିଜେତା ହୋଇଥିଲେ। ଏଥର ଏହି ପ୍ରତିଯୋଗିତା ଅଗଷ୍ଟ ୪ରୁ ୧୨ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ବିଶ୍ୱ ମାନ୍ୟତାର ଶୀର୍ଷ ୧୦ ମଧ୍ୟରେ ଥିବା ୯ ଖେଳାଳି ଅଂଶଗ୍ରହଣ କରିବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ରୋଜର୍ସ କପ୍ରୁ ଓହରିଲେ ଫେଡେରର
/sambad/media/post_attachments/wp-content/uploads/2018/07/federer.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)