ହାମିଲଟନ୍: ଆୟର୍ଲାଣ୍ଡ୍ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ନ୍ୟୁଜିଲାଣ୍ଡ ୩-୦ରେ ମୂଳପୋଛ ଭାବେ ଜିତି ମହାନ ବ୍ୟାଟର୍ ରସ୍ ଟେଲରଙ୍କୁ ଭାବବିହ୍ବଳ ବିଦାୟ ଜଣାଇଛି। ୩୮ ବର୍ଷୀୟ ଟେଲର୍ଜ ଗତ ଜାନୁଆରି ମାସରେ ନିଜର ଶେଷ ତଥା ୧୧୨ତମ ଟେଷ୍ଟ୍ ଖେଳିଥିଲେ। ସୋମବାର ହାମିଲଟନ୍ର ସେଡନ୍ ପାର୍କରେ ଟେଲର୍ ନିଜ ୨୩୬ତମ ଦିନିକିଆ ଖେଳିଥିଲେ। ସାଥି ଖେଳାଳିମାନେ ଧାଡ଼ି ହୋଇ ଜାତୀୟ ସଂଗୀତ ଗାଇବା ବେଳେ ଟେଲର୍ ଭାବ ବିହ୍ବଳ ହୋଇ ପଡ଼ିଥିଲେ, ଆଖିରୁ ତାଙ୍କର ଲୁହ ଝରି ଆସିଥିଲା। ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ସମସ୍ତ ଫର୍ମାଟରେ ନ୍ୟୁଜିଲାଣ୍ଡ୍ ପାଇଁ ୪୫୦ ମ୍ୟାଚ୍ ଖେଳିଥିବା ଟେଲର୍ ୧୬ ବର୍ଷ ତଳେ ନାପିଏର୍ରେ ପଦାର୍ପଣ କରିଥିଲେ। ‘ରସ୍ ନିର୍ଦ୍ବନ୍ଦ୍ବରେ ନ୍ୟୁଜିଲାଣ୍ଡ୍ର ତଥା ବିଶ୍ବର ମହାନ କ୍ରିକେଟର୍’ ବୋଲି କହିଛନ୍ତି ନ୍ୟୁଜିଲାଣ୍ଡ୍ କ୍ରିକେଟ୍ ଅଧ୍ୟକ୍ଷ ମାର୍ଟିନ ସ୍ନିଡେନ୍। ଟେଲରଙ୍କୁ ନ୍ୟୁଜିଲାଣ୍ଡ୍ କ୍ରିକେଟ୍ ଏକ ସା ମୋଆ ନେକଲେସ୍ ପ୍ରଦାନ କରି ସମ୍ବର୍ଧିତ କରିଥିଲା। ଟେଲର୍ ମଧ୍ୟ ଜବାବରେ କୃତଜ୍ଞତା ଓ ଧନ୍ୟବାଦ ପ୍ରଦାନ କରିଥିଲେ। ମୁଁ ପ୍ରତିଟି ମିନିଟ୍କୁ ଉପଭୋଗ କରିଥିଲି ବୋଲି ଟେଲର୍ ପ୍ରକାଶ କରିଥିଲେ। ବିଦାୟୀ ମ୍ୟାଚ୍ ପୂର୍ବରୁ ଟେଲରଙ୍କୁ ସଚିନ ତେନ୍ଦୁଲକର, ବିରାଟ କୋହଲି, ରାହୁଲ ଦ୍ରାବିଡ଼, ମାର୍ଟିନ୍ ଗପ୍ଟିଲ୍ ପ୍ରମୁଖଙ୍କ ସହ ଆଇସିସି ମଧ୍ୟ ଶୁଭେଚ୍ଛା ଜଣାଇଥିଲା। ସଚିନ ଲେଖିଥିଲେ ‘ତୁମେ ଏହି ଖେଳର ମହାନ ଦୂତ ଥିଲ, ଯୁବ ବର୍ଗର ଖେଳାଳିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ’।
ରସ୍ ଟେଲରଙ୍କୁ ବିଜୟରେ ବିଦାୟୀ
/sambad/media/post_attachments/wp-content/uploads/2022/04/sf6544h6f5sh4sfh654sfh65hfsfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)