ରୋଟରଡାମ୍‌ ଓପନ୍‌ କ୍ବାର୍ଟରରେ ବୋପାନ୍ନା

ରୋଟରଡାମ୍‌ : ଭାରତୀୟ ତାରକା ରୋହନ ବୋପାନ୍ନା ଏଠାରେ ଚାଲିଥିବା ରୋଟରଡାମ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାର ଯୁଗଳ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଯାଇଛନ୍ତି। କାନାଡାର ଡେନିସ୍‌ ସାପୋଭଲୋଭ୍‌ଙ୍କୁ ସାଥୀ କରି ଖେଳୁଥିବା ବୋପାନ୍ନା ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଅଷ୍ଟ୍ରେଲିଆ ଯୋଡ଼ି ଜନ୍‌ ପିଅର୍ସ ଓ ମାଇକେଲ ଭେନସ୍‌ଙ୍କୁ ୭-୬, ୬-୭ ଓ ୧୦-୮ ସେଟ୍‌ରେ ପରାସ୍ତ କରିଛନ୍ତି। ଏହି ଭାରତ-କାନାଡା ଯୋଡ଼ି ଗୁରୁବାର କ୍ବାର୍ଟର ଫାଇନାଲ୍‌ରେ ଚତୁର୍ଥ ମାନ୍ୟତା ଯୋଡ଼ି ଜିନ୍‌ ଜୁଲିଏନ୍‌ ରୋଜର ଓ ହୋରିଆ ଟେକାଉଙ୍କୁ ଭେଟିବେ।

ସମ୍ବନ୍ଧିତ ଖବର