ବୀରମହାରାଜପୁର: ଆର.ସି.ସି କଟକକୁ ହରାଇ ଆର.ଓ୍ଵାଇ.ସି.ସି ରାଉରକେଲା ସେମିଫାଇନାଲରେ ପ୍ରବେଶ କରିଛି। ସୁବର୍ଣ୍ଣପୁର ଜିଲ୍ଲାର ଲୁତୁରପଙ୍କ ଠାରେ ୨୩ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପଂଚମ ଦିନରେ ବୁଧବାର ‘ପୁଲ-ବି’ର ପ୍ରଥମ ମୁକାବିଲାରେ କଟକ ଟସ୍ ଜିଣି ଟି-୨୦ ମ୍ୟାଚ୍ରେ ୯ ଓ୍ଵିକେଟ ହରାଇ ୧୩୭ ରନ୍ କରିଥିଲା। ତୃପ୍ତିରଂଜନ ସ୍ୱାଇଁ ସର୍ବାଧିକ ୩୫ ରନ୍ ଏବଂ ବିକାଶ ବାନାର୍ଜୀ ୨୦ ରନ୍ କରିଥିଲେ। ରାଉରକେଲାର ରାଜିନ ନାଏକ ୩ଟି ଓ୍ଵିକେଟ ନେଇଥିବା ବେଳେ ଅମିତ ଦାସ ଓ ଦେବି ପୃଷ୍ଟି ୨-୨ ଓ୍ଵିକେଟ ନେଇଥିଲେ। ବିଜୟ ଟାର୍ଗେଟକୁ ରାଉରକେଲା ୧୬ ଓଭରରେ ପୂରା କରିଥିଲା। ଅଙ୍କିତ ସିଂହଙ୍କ ଅର୍ଦ୍ଧଶତକ (୫୦ ରନ୍) ଓ ବାସୁଦେବ ବେହେରାଙ୍କ ବିସ୍ଫୋରକ ୪୦ ରନ୍ ବଳରେ ରାଉରକେଲା ୧୩୮ ରନ କରିଥିଲା।
ଟୁର୍ଣ୍ଣାମେଣ୍ଟର ୬ଷ୍ଠ ମ୍ୟାଚ୍: ଡିସେମ୍ବର ୨୭ (ଗୁରୁବାର)
ଦକ୍ଷିଣ-ପୂର୍ବ ରେଳବାଇ, ରାଂଚି
ବନାମ
ଜାମସେଦପୁର(ଟାଟା), ଝାଡ଼ଖଣ୍ଡ
ପରେ ଟି-୧୦ ଫର୍ମାଟରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯାଇଥିଲା। ଏଥିରେ କଟକ ନିର୍ଦ୍ଧାରିତ ୧୦ ଓଭରରେ ୯ ଓ୍ଵିକେଟ ହରାଇ ୬୨ ରନ କରିଥିଲା। ରାଉରକେଲାର ଅମିତ ଦାସ ୪ଟି ଓ୍ଵିକେଟ ନେଇଥିଲେ। ୬୩ ରନ ବିଜୟ ଲକ୍ଷ୍ୟ ନେଇ ରାଉରକେଲା ୭.୪ ଓଭରରେ ଏହାକୁ ସହଜରେ ପୂରା କରିଥିଲା।
ପିତାମ୍ବର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସମାରୋହରେ ମୁଖ୍ୟ ଅତିଥି ସୋନପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ରାଉରକେଲା ଟିମ୍ର ଅଙ୍କିତ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ଏବଂ ଅଙ୍କିତ ସିଂଙ୍କୁ ଏଣ୍ଟରଟେନ ପ୍ଲେୟାର ପୁରସ୍କାର ଦେଇଥିଲେ। ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା କୋଷାଧ୍ୟକ୍ଷ ରଘୁବୀର ପାଣିଗ୍ରାହୀ, କମିରା ସରପଂଚ ଶ୍ରୀକୃଷ୍ଣ ପଧାନ, ବୀରମହରାଜପୁର ଆମ୍ବେଦକର ସେନା ସଂଘର ସଭାପତି ତଥା ଜିଲ୍ଲା ଭାଜପା କୃଷକ ମୋର୍ଚ୍ଚା ସଭାପତି ଆଶ୍ରୟ ମହାନନ୍ଦ ଅତିଥି ଥିଲେ।