ଆଇପିଏଲ୍‌ ଏଲିମିନେଟର: ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଲେ ବିରାଟ କୋହଲି

ସାର୍‌ଜା: ଆଇପିଏଲ୍‌-୨୦୨୧ର ପ୍ଲେ ଅଫ୍‌ ପର୍ଯ୍ୟାୟର ଏଲିମିନେଟର ମୁକାବିଲାରେ ସୋମବାର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଭେଟିଛି। ସାର୍‌ଜା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସର ଅଧିନାୟକ ବିରାଟ କୋହଲି ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ କୋଲାକାତା ନାଇଟ ରାଇଡର୍ସ ବୋଲିଂ କରୁଛି।

ଏହି ମ୍ୟାଚ୍‌ରେ ବିରାଟ କୋହଲିଙ୍କ ରଣନୀତି ଦକ୍ଷତା ଏବଂ ଇଅନ ମୋର୍ଗାନଙ୍କ ବରଫ ଭଳି ଥଣ୍ଡା ମିଜାଜର ମହାପରୀକ୍ଷା ହେବା। ଦଳଗତ ଭାବେ ଆରସିବି ପାଇଁ ଏହି ମ୍ୟାଚ୍‌ ଢେର ମହତ୍ୱ ରହିବ। କାରଣ ଏହି ମ୍ୟାଚ୍‌ରେ ପରାଜିତ ହେଲେ ସ୍ୱପ୍ନର ଟ୍ରଫି ତୋଳି ଧରିବାର ଆଉ ଏକ ସୁଯୋଗ ଏହି ଦଳ ହାତଛଡ଼ା କରିବ।

ଅଧିନାୟକ ଭାବେ କୋହଲିଙ୍କ ପାଇଁ ଏହି ମ୍ୟାଚ୍‌ ମଧ୍ୟ ଅନେକ ଆହ୍ଵାନ ନେଇ ଆସିବ। କାରଣ ଚଳିତ ଋତୁ ପରେ ଆରସିବି ଅଧିନାୟକ ପଦ ଛାଡ଼ିଦେବେ ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି। ସେଥିପାଇଁ ସୋମବାର ନଜିତିଲେ ଦୀର୍ଘ ବର୍ଷ ଭିତରେ ଆରସିବିିକୁ ଥରେ ମାତ୍ର ଆଇପିଏଲ୍‌ ବିଜୟୀ କରାଇବାର କୋହଲିଙ୍କ ବ୍ୟକ୍ତିଗତ ସ୍ୱପ୍ନ ଅପୂରଣୀୟ ହୋଇ ରହିଯିବ। କୋହଲିଙ୍କ ନେତୃତ୍ୱରେ ଆରସିବି ୨୦୧୬ ମସିହାରେ ଫାଇନାଲ୍‌ ମ୍ୟାଚ୍‌ ଖେଳିଥିଲା।

ସମ୍ବନ୍ଧିତ ଖବର