ଆଇପିଏଲ : କୋଲକାତାକୁ ୩ ଓ୍ବିକେଟରେ ହରାଇଲା ବାଙ୍ଗାଲୋର

ମୁମ୍ବାଇ : ଆଇପିଏଲ ୨୦୨୨ର ୬ଷ୍ଠ ମ୍ୟାଚରେ ବାଙ୍ଗାଲୋର କୋଲକାତାକୁ ୩ ଓ୍ବିକେଟରେ ପରାସ୍ତ କରିଛି । କୋଲକାତା ଦ୍ବାରା ରଖାଯାଇଥିବା ୧୨୯ ରନର ବିଜୟ ଲକ୍ଷ୍ୟକୁ ବାଙ୍ଗାଲୋର ୧୯.୨ ତମ ଓଭରରେ ୭ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ସେରଫେନ ରଦରଫୋର୍ଡ ୨୮ ରନ, ଶାହବାଜ ଅହମ୍ମଦ ୨୭ ରନ ଓ ଦିନେଶ କାର୍ତ୍ତିକ ଅପରାଜିତ ୧୫ରନ କରିଥିଲେ ।

ଏହି ମ୍ୟାଚରେ ବାଙ୍ଗାଲୋର ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି କୋଲକାତା ୧୮.୫ ଓଭରରେ ୧୨୮ ରନ କରି ଅଲଆଉଟ ହୋଇଯାଇଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ବାଙ୍ଗାଲୋର ଦଳର ଶାଣିତ ବୋଲିଂର ସାମନା କରିପାରିନଲେ । ଦଳ ପକ୍ଷରୁ ଆଣ୍ଡ୍ରେ ରସେଲ ସର୍ବାଧିକ ୨୫ ରନ କରିଥିବାବେଳେ ଉମେଶ ଯାଦବ ୧୮ ରନ କରିଥିଲେ । ବାଙ୍ଗାଲୋର ପକ୍ଷରୁ ହସରଙ୍ଗା ୪ଟି ଓ୍ବିକେଟ ନେଇଥିବାବେଳେ ଆକାଶଦୀପ ୩ଟି ଓ୍ବିକେଟ ନେଇଥିଲେ । ସେହିପରି ହର୍ଷଲ ପଟେଲ ୨ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର