ଫାଓ ଲିଗ୍‌: ରୋଭର୍ସ ଓ ରୟାଲ କ୍ଲବ୍‌ ବିଜୟୀ

ଭୁବନେଶ୍ବର: ଫାଓ ଲିଗ୍‌ର ମଙ୍ଗଳବାର ଦୁଇଟି ମୁକାବିଲାରେ ରୋଭର୍ସ କ୍ଲବ୍‌ ଏବଂ ରୟାଲ କ୍ଲବ୍‌ ବିଜୟ ହାସଲ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ରୋଭର୍ସ ୪-୨ ଗୋଲ୍‌ରେ ରାଧା ଗୋବିନ୍ଦ କ୍ଲବ୍‌କୁ ପରାସ୍ତ କରିଥିଲା। ବିଜୟୀ ଦଳ ପକ୍ଷରୁ ଅରୁନାଗ୍‌ଶୁ ଗୁପ୍ତା (୫୬ ଓ ୫୭ ମିନିଟ୍‌) ଦୁଇଟି, ସୁକ୍ରୁ ଓରାମ (୧୬ ମିନିଟ୍‌) ଓ ସୋନା ହାରା (୬୯ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲା ବେଳେ ରାଧା ଗୋବିନ୍ଦ କ୍ଲବ୍‌ ପକ୍ଷରୁ ଜନ୍ମୋ ଖେସ୍‌ (୨୪ ମିନିଟ୍‌) ଓ ଅନ୍ତର୍ଜାମୀ ନାୟକ (୫୦ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ।

ଦ୍ବିତୀୟ ମ୍ୟାଚ୍‌ରେ ରୟାଲ କ୍ଲବ୍‌ ୫-୦ ଗୋଲ୍‌ରେ ଟାଉନ୍‌ କ୍ଲବ୍‌କୁ ପରାସ୍ତ କରିଥିଲା। ପ୍ରଣବ ବାରିକ (୧୯ ଓ ୫୩ ମିନିଟ୍‌) ଦୁଇଟି, ସରୋଜ ବେହେରା (୩୨ ମିନିଟ୍‌), ବାପି ସୋରେନ୍‌ (୬୨ ମିନିଟ୍‌) ଓ ସଞ୍ଜୟ ହେମ୍ବ୍ରମ୍‌ (୭୮ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରି ରୟାଲ କ୍ଲବ୍‌କୁ ଏକପାଖିଆ ବିଜୟ ଭେଟି ଦେଇଥିଲେ। ଗିବିନ ବେବି, ସୁବ୍ରତ ପୁରୋହିତ, ଆଶୀର୍ବାଦ କାନୁନ୍‌ଗୋ, ଅରୁଣ ନାୟକ, ଜ୍ୟୋତିରଞ୍ଜନ ସ୍ବାଇଁ, ଚନ୍ଦ୍ରକାନ୍ତ ବାରିକ, ଭୀମ ଛେତ୍ରୀ ମ୍ୟାଚ୍‌ ଦୁଇଟିକୁ ପରିଚାଳନା କରିଥିଲେ। ସୁଜିତ କୁମାର ପାତ୍ରୋ ଉଭୟ ମ୍ୟାଚ୍‌ରେ ମ୍ୟାଚ୍‌ କମିଶନର ରହିଥିଲେ।

ସମ୍ବନ୍ଧିତ ଖବର