ଅହମଦାବାଦ : ଚଳିତ ଆଇପିଏଲ୍ ଫାଇନାଲ୍ରେ ପ୍ରଥମ ସଂସ୍କରଣ ବିଜେତା ଭେଟିବ ନବାଗତ ଗୁଜରାଟ ଟାଇଟନ୍ସକୁ। ଶୁକ୍ରବାର ଦ୍ବିତୀୟ କ୍ବାଲିଫାୟାର୍ରେ ସଞ୍ଜୁ ସାମସନ୍ଙ୍କ ରାଜସ୍ଥାନ ରୟାଲ୍ସ ୭ ୱିକେଟ୍ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍କୁ ହରାଇ ଦେଇଥିଲା। ପ୍ରସିଦ୍ଧ କୃଷ୍ଣ (୩/୨୨) ଓ ଓବିଦ ମ୍ୟାକୟ (୩/୨୩)ଙ୍କ ଚମତ୍କାର ବୋଲିଂ ପରେ ଜୋସ୍ ବଟଲର୍ଙ୍କ ଶତକ (୬୦ ବଲ୍ରୁ ୧୦୬* ରନ୍) ରୟାଲ୍ସକୁ ସହଜରେ ବିଜୟୀ କରାଇଥିଲା। ଲିଗ୍ ପର୍ଯ୍ୟାୟରେ ଯେଉଁ ଦୁଇ ଦଳ ପ୍ରଥମ ଦୁଇ ସ୍ଥାନରେ ଥିଲେ ଏବେ ସେମାନେ ରବିବାର ଫାଇନାଲ୍ ଖେଳିବାକୁ ଯାଉଛନ୍ତି। ୨୦୧୧ ମସିହାରୁ ପ୍ଲେ ଅଫ୍ ଧାରା ପ୍ରଚଳନ ପରଠାରୁ ପ୍ରତି ଥର ପଏଣ୍ଟ ଟେବୁଲ୍ର ଦ୍ବିତୀୟ ସ୍ଥାନରେ ରହୁଥିବା ଦଳ ଫାଇନାଲ୍ ଖେଳିବା ମଧ୍ୟ ଜାରି ରହିଛି।
ଆଇପିଏଲ୍ ଫାଇନାଲ୍ରେ ରୟାଲ୍ସ-ଟାଇଟନ୍ସ
/sambad/media/post_attachments/wp-content/uploads/2022/05/spo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)