ଜୟପୁର : ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୫୯ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୧୦ ରନରେ ହରାଇଦେଇଛି ପଞ୍ଜାବ କିଙ୍ଗସ୍ । ୨୨୦ ରନର ପିଛା କରିବାକୁ ଯାଇ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୨୦୯ ରନ ହିଁ କରିପାରିଥିଲା । ରାଜସ୍ଥାନ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୫୦ ରନ କରିଥିବାବେଳେ ବୈଭବ ସୂର୍ଯ୍ୟବଂଶୀ ୪୦ ରନ କରିଥିଲେ । ସେହିପରି ଧ୍ରୁବ ଜୁରେଲ ୫୩ ରନର ପାଳି ଖେଳିଥିଲେ ।
ଏହି ମ୍ୟାଚରେ ପଞ୍ଜାବ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆରମ୍ଭରୁ ଦଳ ବେଶ କେତୋଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ପ୍ରିୟାଂଶ ଆର୍ଯ୍ୟା ୯ ରନ, ପ୍ରଭସିମରନ ସିଂ ୨୧ ରନ ଓ ମିଚେଲ ଓଓ୍ବେନ୍ ୦ ରନ କରି ଆଉଟ ହୋଇଥିଲେ । ତେବେ ନିହାଲ ଓ୍ବାଧେରାଙ୍କ ୭୦ ରନର ଏକ ଲଢୁଆ ଇନିଂସ ପଞ୍ଜାବକୁ ବିପଦ ମୁକ୍ତ କରିଥିଲା ଓ ସ୍କୋରକୁ ଏକ ସୁରକ୍ଷିତ ସ୍ତରକୁ ନେଇଯାଇଥିଲା । ଅଧିନାୟକ ଶ୍ରେୟସ ଆୟର ୩୦ ରନ କରିଥିବାବେଳେ ଶଶାଙ୍କ ସିଂ ଅପରାଜିତ ୫୯ ରନ କରିଥିଲେ । ସେହିପରି ଅଜମାତୁଲ୍ଲା ଓମର୍ତଜାଇ ୨୧ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨୧୯ ରନ କରିଥିଲା । ରାଜସ୍ଥାନ ପକ୍ଷରୁ ତୁଷାର ଦେଶପାଣ୍ଡେ ୨ଟି ଓ୍ବିକେଟ ନେଇଥିବାବେଳେ ରିୟାନ ପରାଦ, ଆକାସ ମାଧଓ୍ବଲ ଓ କ୍ବେନା ମଫାକା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/05/18/XnjPkZZIf4HMkdB0Afno.jpg)