ଜୟପୁର : ଜୟପୁରରେ ସଓ୍ବାଇ ମାନସିଂ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୪୭ତମ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରଣ ଦେଖିବାକୁ ମିଳିଛି । ଏହି ୧୪ ବର୍ଷୀୟ ବ୍ୟାଟ୍ସମ୍ୟାନଙ୍କ ବିସ୍ପୋରକ ଶତକ ବଳରେ ରାଜସ୍ଥାନ ରୟାଲ୍ସ ଗୁଜରାଟ ଟାଇଟନ୍ସକୁ ୮ ଓ୍ବିକେଟରେ ହରାଇଦେଇଛି । ବୈଭବ ୩୮ ବଲରେ ୧୦୧ ରନ କରିଥିବାବେଳେ ଯଶସ୍ବୀ ୟଜସ୍ବାଲ ୭୦ ରନ କରିଥିଲେ । ରିୟାନ ପରାଗ ୩୪ ରନ କରିଥିଲେ । ୨୧୦ ରନର ବିଶାଳ ଲକ୍ଷ୍ୟକୁ ରାଜସ୍ଥାନ ୧୫.୫ ଓଭରରେ ହିଁ ହାସଲ କରିନେଇଥିଲା ।
ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଗୁଜରାଟ ପକ୍ଷରୁ ଶୁଭମନ ଗିଲ୍ ଓ ସାଇ ସୁଦର୍ଶନ ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଗିଲ୍ ୮୪ ରନ କରିଥିବାବେଳେ ସୁଦର୍ଶନ ୩୯ ରନ କରିଥିଲେ । ୩ୟ ନମ୍ବରରେ ଆସିଥିବା ଜସ ବଟଲର ମଧ୍ୟ ବିସ୍ଫୋରକ ବ୍ୟାଟିଂର ପ୍ରଦର୍ଶନ କରି ମାତ୍ର ୨୬ ବଲରେ ଅପରାଜିତ ୫୦ ରନ କରିଥିଲେ । ଓ୍ବାସିଂଟନ ସୁନ୍ଦର ୧୩ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୦୯ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ମହିଶ ତିକସନା ୨ଟି ଓ୍ବିକେଟ ନେଇଥିବାବେଳେ ଜୋଫ୍ରା ଆର୍ଚର ଓ ସଂଦୀପ ଶର୍ମା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/04/28/cC66DVxEPoE76kbqGfAw.jpg)