ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୬୨ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ୬ ଓ୍ବିକେଟରେ ହରାଇ ଦେଇଛି ରାଜସ୍ଥାନ ରୟାଲ୍ସ । ୧୮୮ ରନର ଲକ୍ଷ୍ୟକୁ ରାଜସ୍ଥାନ ୧୭.୧ ଓଭରରେ ୪ ଓ୍ବିକେଟ୍ ହରାଇ ହାସଲ କରିନେଇଥିଲା । ଦଲ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ୫୭ ରନ କରିଥିବାବେଳେ ସଂଜୁ ସାମସନ ୪୧ ରନ ଓ ଯଶସ୍ବୀ ଜୟସ୍ବାଲ ୩୬ ରନ କରିଥିଲେ । ଧ୍ରୁବ ଜୁରେଲ ୩୧ ରନ କରିଥିଲେ ।

Advertisment

ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୧୮୭ ରନ କରିଥିଲା । ଦଳ ପକ୍ଷରୁ ଆୟୁଷ ମାହାତ୍ରେ ୪୩ ରନ କରିଥିବାବେଳେ ଡେଓ୍ବାଲଡ୍ ବ୍ରେଭିସ୍ ୪୨ ରନ କରିଥିଲେ । ସେହିପରି ଶିବମ ଦୁବେ ୩୯ ରନ କରିଥିବାବେଳେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ୧୬ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ୟୁଧବୀର ସିଂ ଚରକ ଓ ଆକାଶ ମାଧଓ୍ବାଲ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ତୁଷାର ଦେଶପାଣ୍ଡେ ଓ ଓ୍ବାନିଣ୍ଡୁ ହସରଙ୍ଗା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । 
ସୂଚନାଯୋଗ୍ୟ ଯେ ଚଳିତ ଆଇପିଏଲ ଉଭୟ ରାଜସ୍ଥାନ ଓ ଚେନ୍ନାଇ ପାଇଁ ବେଶ ନୈରାଶ୍ୟଜନକ ରହିଛି । ଉଭୟ ଦଳ ପଏଣ୍ଟ ଟେବୁଲର ତଳେ ଅଛନ୍ତି ଓ ଉଭୟଙ୍କ ପାଇଁ ପ୍ଲେ ଅପକୁ ଯିବାର ସମ୍ଭାବନା ଶେଷ ହୋଇଯାଇଛି ।