ଭୁବନେଶ୍ବର: ସ୍ଥାନୀୟ ଡୁମୁଡୁମା-ରଘୁନାଥପୁର ଖେଳ ପଡ଼ିଆରେ ଚାଲିଥିବା ଆରଟିଏନପିଏଲ୍ କ୍ରିକେଟ୍ ପ୍ରତିଯୋଗିତାର ଶନିବାର ଖେଳା ଯାଇଥିବା ଦୁଇଟି ମ୍ୟାଚ୍ରେ ରୟାଲ ଇଲେଭେନ୍ ଓ ଆରଭିଡବ୍ଲ୍ୟୁ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍ରେ ରୟାଲ ଇଲେଭେନ୍ ୩ ୱିକେଟ୍ରେ ସାଇ ଇଲେଭେନକୁ ପରାସ୍ତ କରିଥିଲା। ସାଇ ଇଲେଭେନ୍ ପ୍ରଥମେ ବ୍ୟାଟିଂ କରି ୧୨୩ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ରୟାଲ ଇଲେଭେନ୍ ୧୪ ଓଭରରେ ୭ ୱିକେଟ୍ ହରାଇ ହାସଲ କରି ନେଇଥିଲା। ମୁନା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଆରଭିଡବ୍ଲ୍ୟୁ ଓ ୱାରିୟର୍ସ ମଧ୍ୟରେ ଖେଳା ଯାଇଥିବା ଦ୍ବିତୀୟ ମୁକାବିଲାରେ ଆରଭିଡବ୍ଲ୍ୟୁ ୩୭ ରନ୍ରେ ବିଜୟୀ ହୋଇଥିଲା। ଆରଭିଡବ୍ଲ୍ୟୁ ପ୍ରଥମେ ବ୍ୟାଟିଂ କରି ୧୪୨ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ୱାରିୟର୍ସ ମାତ୍ର ୧୦୪ ରନ୍ କରି ପାରିଥିଲା। କିଶନ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ହରନାଥ ଦୋରା, ସନ୍ତୋଷ ପାଢ଼ି ଖେଳ ପରିଚାଳନା କରିଥିଲେ। ପୁର୍ଣ୍ଣ ଚନ୍ଦ୍ର ଦାସ ଓ ଟୁକୁନା ପ୍ରଧାନ ଅତିଥି ଥିଲେ।
ଆରଟିଏନପିଏଲ୍ କ୍ରିକେଟ୍: ରୟାଲ ଇଲେଭେନ୍, ଆରଭିଡବ୍ଲ୍ୟୁ ବିଜୟୀ
/sambad/media/post_attachments/wp-content/uploads/2019/05/Untitled-1-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)