ଭୁବନେଶ୍ବର,: ସ୍ଥାନୀୟ ଡୁମୁଡୁମା-ରଘୁନାଥପୁର ଖେଳ ପଡ଼ିଆରେ ଚାଲିଥଇବା ଆରଟିଏନପିଏଲ୍ କ୍ରିକେଟ୍ ପ୍ରତିଯୋଗିତାର ଶୁକ୍ରବାର ମ୍ୟାଚ୍ରେ ରୟାଲ କିଙ୍ଗ ଏବଂ ବ୍ରଦର-୧୧ ବିଜୟୀ ହୋଇଛନ୍ତି। ରୟାଲ କିଙ୍ଗ୍ ୫୯ରନ୍ରେ ଯଦୁପୁର ଷ୍ଟାରକୁ ଏବଂ ବ୍ରଦର ଏକାଦଶ ୪୭ ରନ୍ରେ ଭବାନୀ ୱାରିୟର୍ସକୁ ପରାସ୍ତ କରିଥିଲେ। ରୟାଲ କିଙ୍ଗ୍ ୧୫ ଓଭରରେ ୧୯୪ ରନ୍ କରିଥିଲା ବେଳେ ଜଦୁପୁର ଦଳ ସମସ୍ତ ୱିକେଟ୍ ହରାଇ ୧୩୫ ରନ୍ କରିପାରିଥିଲା। ମୁନା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅନ୍ୟଏକ ମ୍ୟାଚ୍ରେ ବ୍ରଦର-୧୧ ୧୯୦ ରନ୍ କରିଥିଲା ବେଳେ ଭବାନୀ ୱାରିୟର୍ସ ୧୪୩ ରନ୍ରେ ଅଟକି ଯାଇଥିଲା। ମନୋରଂଜନ ମହାନ୍ତିଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। କୁନା ପ୍ରଧାନ ଓ ସାନୁ ସାହୁ ମ୍ୟାଚ୍ ପରିଚାଳନା କରିଥିଲେ। ଭଗବାନ ରାଉତ ଏବଂ ସମୀର କାମଲା ଅତିଥି ଭାବେ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ।
ଆରଟିଏନ୍ପିଏଲ୍ କ୍ରିକେଟ୍: ରୟାଲ କିଙ୍ଗ, ବ୍ରଦର-୧୧ ବିଜୟୀ
/sambad/media/post_attachments/wp-content/uploads/2019/05/khel.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)