ଭୁବନେଶ୍ବର: ସ୍ଥାନୀୟ ଡୁମୁଡୁମା-ରଘୁନାଥପୁର ଖେଳ ପଡ଼ିଆରେ ଚାଲିଥିବା ଆରଟିଏନପିଏଲ୍ କ୍ରିକେଟ୍ ପ୍ରତିଯୋଗିତାର ବୁଧବାର ଖେଳା ଯାଇଥିବା ଦୁଇଟି ମ୍ୟାଚ୍ରେ ସାଇ ଇଲେଭେନ୍ ଓ ଟ୍ରଫି ଫାଇଟର ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍ରେ ସାଇ ଇଲେଭେନ୍ ୮ ୱିକେଟ୍ରେ ଯଦୁପୁର ଷ୍ଟାରକୁ ପରାସ୍ତ କରିଥିଲା। ଯଦୁପୁର ଦଳ ପ୍ରଥମେ ବ୍ୟାଟିଂ କରି ୧୫୪ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ସାଇ ଇଲେଭେନ୍ ୯ ଓଭରରେ ୨ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଅନ୍ୟଏକ ମ୍ୟାଚ୍ ଟ୍ରଫି ଫାଇଟର ୨୨ ରନ୍ରେ ଭବାନୀ ୱାରିୟର୍ସକୁ ପରାସ୍ତ କରିଥିଲା। ଟ୍ରଫି ଫାଇଟର ୧୮୭ ରନ୍ କରିଥିଲା ବେଳେ ଭବାନୀ ୱାରିୟର୍ସ ୧୬୫ ରନ୍ କରିବାକୁ ସକ୍ଷମ ହୋଇଥିଲା। ଗୁଡ଼ୁ ଓ ପପୁ ଲେଙ୍କା ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ରିଙ୍କୁ ପ୍ରଧାନ ଓ ମିଥୁନ ମଲ୍ଲିକ ଖେଳ ପରିଚାଳନା କରିଥିଲେ। ଭବାନି ଶଙ୍କର ସାହୁ ଓ ବିକାଶ ବେହେରା ଅତିଥି ଥିଲେ।