କୋହଲି ବା˚ଲାଦେଶୀ ବ୍ୟାଟ୍ସମ୍ୟାନଙ୍କୁ ବହୁତ ସ୍ଲେଜି˚ କରିଥିଲେ: ରୁବେଲ

ନୂଆଦିଲ୍ଲୀ: ବା˚ଲାଦେଶ ଦ୍ରୁତ ବୋଲର ରୁବେଲ ହୁସେନ୍‌ ଓ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ସ୍ଲେଜି˚ ସ˚ପର୍କ ବହୁତ ପୁରୁଣା। ଏପରିକି ୧୯ ବର୍ଷରୁ କମ୍‌ ଦଳରେ ଖେଳୁଥିଲା ବେଳେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଜଣାପଡ଼ିଛି। ରୁବେଲ କହିଛନ୍ତି ଯେ ୧୯ ବର୍ଷରୁ କମ୍‌ ଦଳରେ ଖେଳୁଥିଲା ବେଳେ କୋହଲି ବହୁତ ସ୍ଲେଜି˚ କରୁଥିଲେ। କିନ୍ତୁ ଏବେ ସେତେମାତ୍ରାରେ ସେ ଆଉ ଉତ୍ତେଜିତ ହେଉନାହାନ୍ତି। ବା˚ଲାଦେଶ ପାଇଁ ୧୦୧ ଦିନିକିଆ ଖେଳିଥିବା ରୁବେଲ ୧୨୬ ଵିକେଟ ନେଇଥିଲା ବେଳେ ୨୦୧୫ ବିଶ୍ବକପ୍‌ର ଦ୍ବିତୀୟ କ୍ବାର୍ଟର ଫାଇନାଲ୍‌ରେ କୋହଲିଙ୍କୁ ଅଫ ଷ୍ଟମ୍ପ ବାହାର ବଲ୍‌ରେ ଆଉଟ କରି ପାଭିଲିଅନ ପଠାଇଥିଲେ। ଏଥିପୂର୍ବରୁ ୨୦୧୧ ବିଶ୍ବକପ୍‌ର ପ୍ରାରମ୍ଭିକ ମ୍ୟାଚ୍‌ରେ ମଧ୍ୟ କୋହଲି ଓ ରୁବେଲଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିବା ଦେଖାଯାଇଥିଲା।

ରୁବେଲଙ୍କ ଅନୁସାରେ ୧୯ ବର୍ଷରୁ କମ୍‌ ଦଳରେ ଖେଳୁଥିଲା ବେଳେ ଦକ୍ଷିଣ ଆଫ୍ରିକାରେ ଏକ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଚାଲିଥିଲା। ସେତେବେଳେ କୋହଲି ପ୍ରବଳ ସ୍ଲେଜି˚ କରୁଥିଲେ ଓ ବା˚ଲାଦେଶର ବ୍ୟାଟ୍ସମ୍ୟାନଙ୍କୁ ଗାଳିଗୁଲଜ କରୁଥିଲେ। ଯେଉଥିପାଇଁ ରୁବେଲ ଓ କୋହଲିଙ୍କ ଭିତରେ ଦୀର୍ଘ ସମୟ ପର୍ଯ୍ୟନ୍ତ କଥା କଟାକଟି ହୋଇଥିଲା। ଶେଷରେ ଅମ୍ପାୟାରଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା ବୋଲି ରୁବେଲ କହିଛନ୍ତି। ଏହି ଦୁଇ ପ୍ରତିଦ୍ବନ୍ଦୀ ୨୦୦୮ରେ କ୍ବାଲାଲୁମ୍ପୁପୁରରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ରେ ମଧ୍ୟ ଖେଳିଥିଲା ବେଳେ କୋହଲିଙ୍କ ନେତୃତ୍ବାଧୀନ ଦଳ ବିଜେତା ହୋଇଥିଲା। ଶେଷଥର ପାଇଁ ଏହି ଦୁଇ ଜଣ ୨୦୧୯ ବିଶ୍ବକପ୍‌ରେ ବର୍ମି˚ହାମ୍‌ରେ ମୁହାଁମୁହିଁ ହୋଇଥିଲା ବେଳେ ଭାରତ ୨୮ ରନ୍‌ରେ ବିଜୟୀ ହୋଇଥିଲା। ଏହି ମ୍ୟାଚ୍‌ରେ ମୁସ୍ତାଫିଜୁର ରହମାନ୍‌, କୋହଲିଙ୍କୁ ୨୬ ରନ୍‌ରେ ଆଉଟ୍‌ କରିଥିଲା ବେଳେ ରୁବେଲ ତାଙ୍କର କ୍ୟାଚ୍‌ ନେଇଥିଲେ।

ସମ୍ବନ୍ଧିତ ଖବର