ପ୍ୟାରିସ୍ : ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ର ତୃତୀୟ ଦିନରେ ଭାରତୀୟ ସୁଟର ରୁବିନା ଫ୍ରାନ୍ସିସ ବ୍ରୋଞ୍ଜ ପଦକ ଜିତିଛନ୍ତି ।  ମହିଳା ୧୦ ମିଟର ଏୟାର ପିସ୍ତଲ ଏସଏଚ୧ ଇଭେଣ୍ଟର ଫାଇନାଲରେ ରୁବିନା ଏହି ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ତାଙ୍କର ପ୍ରଥମ ପାରାଲିମ୍ପିକ୍ ପଦକ। ଏହା ସହିତ ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ରେ ଭାରତ ମୋଟ ୫ଟି ପଦକ ହାସଲ କରିଛି। ସେଥିମଧ୍ୟରୁ ୪ଟି ପଦକ ସୁଟିଂରେ ଆସିଛି। ରୁବିନା ୨୧୧.୧ ସ୍କୋର ସହ ପଦକ ଜିତିଥିଲେ। ଗତକାଲି ଭାରତର ଅବନୀ ଲେଖରା ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ମନୀଷ ନରଓ୍ବାଲ ରୌପ୍ୟ ଜିତିଥିଲେ । 

Advertisment

ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ର ତୃତୀୟ ଦିନରେ ଭାରତୀୟ ସୁଟର ରୁବିନା ଫ୍ରାନ୍ସିସ ବ୍ରୋଞ୍ଜ ପଦକ ଜିତିଛନ୍ତି ।  ମହିଳା ୧୦ ମିଟର ଏୟାର ପିସ୍ତଲ ଏସଏଚ୧ ଇଭେଣ୍ଟର ଫାଇନାଲରେ ରୁବିନା ଏହି ବ୍ରୋଞ୍ଜ ପଦକ ଜିତିଛନ୍ତି।


ଫାଇନାଲ୍ ର ପ୍ରଥମ ପର୍ଯ୍ୟାୟ ପରେ ରୁବିନା ଫ୍ରାନ୍ସିସ୍ ତୃତୀୟ ସ୍ଥାନରେ ରହିଥିଲେ। ସେ ଏହି ପର୍ଯ୍ୟାୟର ୧୦ଟି ସଟ୍ ରେ ମୋଟ ୯୭.୬ (୧୦.୭, ୧୦.୩, ୧୦.୩, ୯.୭, ୯.୦, ୮.୪, ୧୦.୦, ୯.୮, ୯.୬, ୯.୮) ସ୍କୋର କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ରୁବିନା ଫ୍ରାନ୍ସିସ୍ ନିଜର ଚମତ୍କାର ଖେଳ ଜାରି ରଖିଥିଲେ। ଏହି ପଦକ ରୁବିନା ଫ୍ରାନ୍ସିସ୍ ତଥା ଭାରତ ପାଇଁ ମଧ୍ୟ ଅତ୍ୟନ୍ତ ଐତିହାସିକ। ପିସ୍ତଲ ସୁଟିଂରେ ପାରାଲିମ୍ପିକ୍ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି।


ମଧ୍ୟପ୍ରଦେଶର ଜବଲପୁରର ରୁବିନା ଫ୍ରାନ୍ସିସ୍ ନିକଟ ଅତୀତରେ ଭାରତ ପାଇଁ ଦମଦାର ଖେଳ ଦେଖାଇଛନ୍ତି। ଏହା ପୂର୍ବରୁ ରୁବିନା ଫ୍ରାନ୍ସିସ୍ ୱାର୍ଲ୍ଡ ସୁଟିଂ ପାରା ସ୍ପୋର୍ଟସ ବିଶ୍ୱକପ୍ -୨୦୨୩ରେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ । ପାରାସୁଟିଂ ବିଶ୍ୱକପରେ ପି-୬ ଏୟାର ପିସ୍ତଲ ମିକ୍ସଡ ଟିମ୍ ଇଭେଣ୍ଟରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ରୁବିନାଙ୍କ ମା' ସୁନୀତା ଫ୍ରାନ୍ସିସ୍ ଜବଲପୁରର ଏକ ପ୍ରସୂତି ଗୃହରେ ନର୍ସ ଥିବା ବେଳେ ତାଙ୍କ ବାପା ସାଇମନ ଜଣେ ମୋଟର ମେକାନିକ୍ ଭାବେ କାମ କରନ୍ତି।