ଭୁବନେଶ୍ବର: ପ୍ରସିଦ୍ଧ ଅଭିନେତା ମନୋଜ ବାଜପାୟୀ ବିସ୍ମୟ ବାଳକ ବୁଦ୍ଧିଆ ସିଂହର ପ୍ରଶିକ୍ଷକ ବିରଞ୍ଚି ଦାସଙ୍କ ଭୂମିକା ତୁଲାଇବା ପରେ ଆଉ ଜଣେ ଓଡ଼ିଆ ପ୍ରଶିକ୍ଷକଙ୍କୁ ନେଇ ବଲିଉଡ୍ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ରଗ୍ବି ପ୍ରଶିକ୍ଷକ ରୁଦ୍ରାକ୍ଷ ଜେନାଙ୍କ ଜୀବନୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ନାଁ ‘ଜଙ୍ଗଲ କ୍ରାଏ’ ରଖା ଯାଇଛି। ଅଭୟ ଦିଓଲ ଏଥିରେ ରୁଦ୍ରାକ୍ଷଙ୍କ ଭୂମିକାରେ ଦେଖିବାକୁ ମିଳିବେ। ଚଳଚ୍ଚିତ୍ରର ଟ୍ରେଲର ମୁକ୍ତିଲାଭ କରିଥିଲା ବେଳେ ଖୁବଶୀଘ୍ର ଏହା ରୁପେଲି ପରଦାକୁ ଆସିବାକୁ ଯାଉଛି। ରୁଦ୍ରାକ୍ଷଙ୍କ ପ୍ରଶିକ୍ଷଣରେ ଅନଭିଜ୍ଞ ଓ ଅଜଣା କିସ୍ ରଗ୍ବି ଦଳ ୨୦୦୭ରେ ଲଣ୍ଡନ ଅନ୍ତର୍ଜାତୀୟ ବିଦ୍ୟାଳୟ ରଗ୍ବି ପ୍ରତିଯୋଗିତା ଜିତିଥିଲା। କିସ୍ ଦଳର ସେହି ପ୍ରେରଣାଦାୟକ କାହାଣୀ ଉପରେ ଏହି ଚଳଚ୍ଚିତ୍ର ପର୍ଯ୍ୟବେଶିତ। ରୁଦ୍ରାକ୍ଷ ସେତେବେଳେ ରଗ୍ବି ବିଷୟରେ କିଛି ବି ଜାଣି ନଥିବା କିସ୍ର ୧୨ ଜଣ ଆଦିବାସୀ ପିଲାଙ୍କୁ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ଅନ୍ତର୍ଜାତୀୟ ବିଜେତା କରାଇଥିଲେ। ତାଙ୍କର ଏହି ଅନନ୍ୟ ସଫଳତା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବେଶ୍ ଚର୍ଚିତ ହୋଇଥିଲା।
ରୁଦ୍ରାକ୍ଷଙ୍କ ଜୀବନୀକୁ ନେଇ ବଲିଉଡ୍ ଚଳଚ୍ଚିତ୍ର
/sambad/media/post_attachments/wp-content/uploads/2019/05/rudraksh-jena.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)