ଆଜି ଓଡ଼ିଶା ବୁଲିବ ରଗ୍‌ବି ବିଶ୍ୱକପ୍‌

ଭୁବନେଶ୍ୱର: ଆସନ୍ତା ବର୍ଷ ଜାପାନରେ ଆୟୋଜିତ ରଗବି ବିଶ୍ୱକପ୍‌ ପାଇଁ ଭାରତ ଭ୍ରମଣରେ ଥିବା ଟ୍ରଫି ଶୁକ୍ରବାର ଓଡ଼ିଶା ବୁଲିବ। ଗୁରୁବାର ସଂଧ୍ୟାରେ ଭୁବନେଶ୍ୱର ପହଞ୍ଚିଥିବା ଏହି ବିଶ୍ୱକପ୍‌ ଟ୍ରଫି ଶୁକ୍ରବାର ସକାଳେ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖରେ ପ୍ରଦର୍ଶିତ ହେବା ପରେ ମଧ୍ୟାହ୍ନ ୧୧ଟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏହାର ଅନାବରଣ କରିବେ। ସେହିଭଳି ଅପରାହ୍‌ଣ ୩.୦୦ରେ କିସ୍‌ ପରିସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ମଧ୍ୟ ଏହାକୁ ପ୍ରଦର୍ଶିତ କରାଯିବ।

ସମ୍ବନ୍ଧିତ ଖବର