ଭୁବନେଶ୍ୱର : ରଗବି ପ୍ରିମିୟର ଲିଗର ଅନ୍ୟତମ ପ୍ରତିଷ୍ଠାତା ଦଳ କଳିଙ୍ଗ ବ୍ଲାକ ଟାଇଗର୍ସ ତାହାର ଆନୁଷ୍ଠାନିକ ଜର୍ସି ଏବଂ ମାସ୍କଟକୁ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚନ କରିଛି । ଉପମୁଖ୍ୟମନ୍ତ୍ରୀ କେଭିସିଂଦେଓ ଆନୁଷ୍ଠାନିକ ଭାବରେ କଳିଙ୍ଗ ବ୍ଲାକ ଟାଇର୍ଗସର ଜର୍ସି ଉନ୍ମୋଚନ କରିବା ସହିତ ଟିମ୍ ଏବଂ ରଗ୍ବି ପ୍ରିମିୟର ଲିଗ୍କୁ ହାର୍ଦ୍ଦିକ ସ୍ୱାଗତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ରାହୁଲ ବୋଷ, ପ୍ରେସିଡେଣ୍ଟ, ରଗବି ଇଣ୍ଡିଆ; ପ୍ରିୟଦର୍ଶୀ ମିଶ୍ର, ପ୍ରେସିଡେଣ୍ଟ, ଓଡ଼ିଶା ରଗ୍ବି ଫୁଟବଲ ଆସୋସିଏସନ (ଓଆରଏଫଏ); କରନପାଲ ସିଂ, ପ୍ରତିଷ୍ଠାତା, ହଞ୍ଚ ଭେଞ୍ଚର୍ସ ଏବଂ ସହ-ମାଲିକ କଳିଙ୍ଗ ବ୍ଲାକ ଟାଇଗର୍ସ; ମୁଖ୍ୟ କୋଚ ମାଇକ ଫ୍ରାଇଡେ; ସହକାରୀ କୋଚ ରାଜୀବ ନାଥ ଏବଂ କଳିଙ୍ଗ ବ୍ଲାକ ଟାଇଗର୍ସର ସମ୍ପୂର୍ଣ୍ଣ ଟିମ୍ ସମେତ ଅନେକ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ରଗବି ପ୍ରିମିୟର ଲିଗର ପୃଷ୍ଠପୋଷକମାନେ ଉପସ୍ଥିତ ଥିଲେ ।
ଓଡ଼ିଶାରେ ଗଭୀର ଭାବରେ ଜଡିତ ଥିବା ଏକ ପୁଞ୍ଜିନିବେଶ ସଂସ୍ଥା ହଞ୍ଚ ଭେଞ୍ଚର୍ସ ସମର୍ଥନରେ କଳିଙ୍ଗ ବ୍ଲାକ ଟାଇଗର୍ସ କେବଳ ଏକ କ୍ରୀଡା ଫ୍ରାଞ୍ଚାଇଜି ଠାରୁ ଅଧିକ କିଛିର ପ୍ରତିନିଧିତ୍ୱ କରୁଛି; ସେମାନେ ଜାତୀୟ ମଞ୍ଚରେ ରାଜ୍ୟର ବିକାଶ ଏବଂ ସ୍ୱୀକୃତି ନିମନ୍ତେ ଏକ ପ୍ରଶସ୍ତ ଦୃଷ୍ଟିକୋଣ ବହନ କରୁଛନ୍ତି । ହଞ୍ଚ ଭେଞ୍ଚର୍ସ ପ୍ରଭାବୀ ପ୍ରୟାସଗୁଡିକ ଜରିଆରେ ଓଡ଼ିଶାକୁ ନିରନ୍ତର ସମର୍ଥନ କରିଆସିଛି । ଚଳିତ ବର୍ଷ ପ୍ରାରମ୍ଭରେ କମ୍ପାନୀ ଏହି ଅଞ୍ଚଳର ଷ୍ଟାର୍ଟଅପ୍ ପରିବ୍ୟବସ୍ଥାକୁ ସୁଦୃଢ କରିବାର ଏକ ଯୁଗାନ୍ତକାରୀ ପଦକ୍ଷେପରେ ଷ୍ଟାର୍ଟଅପ୍ ଓଡ଼ିଶା ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଥିଲା । କଳିଙ୍ଗ ବ୍ଲାକ ଟାଇଗର୍ସ ସହିତ ହଞ୍ଚ ପ୍ରତିଭାଙ୍କର ପରିପୋଷଣ, ଆଞ୍ଚଳିକ ପରିଚୟକୁ ନେଇ ଖୁସି ମନାଇବା ଏବଂ ଜାତୀୟ ସ୍ତରରେ ଓଡ଼ିଶାକୁ ସର୍ବସମ୍ମୁଖକୁ ଆଣିବା ନିମନ୍ତେ ନିଜର ପ୍ରତିବଦ୍ଧତା ଜାରି ରଖିଛି ।