ମୁମ୍ବାଇ: ରଗ୍ବି ପ୍ରିମିୟର ଲିଗ୍ର ପ୍ରଥମ ସଂସ୍କରଣରେ ଚେନ୍ନାଇ ବୁଲ୍ସ ବିଜେତା ହେବାର ଗୌରବ ଅର୍ଜନ କରିଛି। ରବିବାର ସ୍ଥାନୀୟ ଅନ୍ଧେରିସ୍ଥିତ ଶାହାଜି ରାଜେ ଭୋସାଲେ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଖେଳାଯାଇଥିବା ଫାଇନାଲ୍ରେ ଚେନ୍ନାଇ ଦଳ ଏକପାଖିଆ ଭାବେ ୪୧-୦ ପଏଣ୍ଟ୍ରେ ଦିଲ୍ଲୀ ରେଡ୍ଜକୁ ମାତ୍ ଦେଇଥିଲା। ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଥିବା ଚେନ୍ନାଇ ପ୍ରଥମ କ୍ବାର୍ଟରରେ ୧୨, ଦ୍ବିତୀୟରେ ୧୨, ତୃତୀୟରେ ୭ ଏବଂ ଶେଷ କ୍ବାର୍ଟରରେ ୧୦ ପଏଣ୍ଟ୍ ପାଇଥିଲା ବେଳେ ଦିଲ୍ଲୀ ପଏଣ୍ଟ୍ ସୁଯୋଗ ଦେଇ ନଥିଲା। ଏହା ପୂର୍ବରୁ ଖେଳାଯାଇଥିବା ତୃତୀୟ ସ୍ଥାନ ମୁକାବିଲାରେ ହାଇଦ୍ରାବାଦ ହିରୋଜ୍ ୧୭-୧୨ରେ ବେଙ୍ଗାଲୁରୁ ବ୍ରେଭ୍ହାର୍ଟ୍ସକୁ ହରାଇ ଦ୍ବିତୀୟ ରନର୍ସ ଅପ୍ ହୋଇଥିଲା। ଏହି ୬ ଦଳିଆ ପ୍ରତିଯୋଗିତାରେ ଓଡ଼ିଶା ଦଳ କଳିଙ୍ଗ ବ୍ଲାକ୍ ଟାଇଗର୍ସ ପଞ୍ଚମ ସ୍ଥାନରେ ରହିଥିଲା।
ରଗ୍ବି ପ୍ରିମିୟର୍ ଲିଗ୍: ଚେନ୍ନାଇ ବୁଲ୍ସ ବିଜେତା
ରଗ୍ବି ପ୍ରିମିୟର ଲିଗ୍ର ପ୍ରଥମ ସଂସ୍କରଣରେ ଚେନ୍ନାଇ ବୁଲ୍ସ ବିଜେତା ହେବାର ଗୌରବ ଅର୍ଜନ କରିଛି। ରବିବାର ସ୍ଥାନୀୟ ଅନ୍ଧେରିସ୍ଥିତ ଶାହାଜି ରାଜେ ଭୋସାଲେ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଖେଳାଯାଇଥିବା ଫାଇନାଲ୍ରେ...
/sambad/media/media_files/2025/06/30/qpncbv-2025-06-30-07-41-22.jpg)