ଅଟୋରେ ଆସିଲେ ରଗ୍‌ବି ତାରକା

ଭୁବନେଶ୍ବର: ଇଣ୍ଡୋନେସିଆର ଜାକର୍ତାଠାରେ ଚଳିତ ମାସ ୧୦ ଓ ୧୧ ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏସିଆ ରଗ୍‌ବି ସେଭେନ୍ସ ଲାଗି ସୋମବାର ଭୁବନେଶ୍ବରରେ ଭାରତୀୟ ପୁରୁଷ ଓ ମହିଳା ଦଳ ଘୋଷଣା ହୋଇଥିଲା। ଏଥିରେ ଓଡ଼ିଶାର ୪ ଜଣ ଖେଳାଳିଙ୍କ ସହ ୬ ଜଣ ସ୍ଥାନ ପାଇଛନ୍ତି। ରଗ୍‌ବି ଖେଳକୁ ପ୍ରୋତ୍ସାହନ ନେଇ ଜାତୀୟ ସଂଘର ପ୍ରତିନିଧିମାନେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କ୍ରୀଡ଼ା ସଚିବ ବିଶାଲ ଦେବଙ୍କ ଉପସ୍ଥିତିରେ ବିଭିନ୍ନ ଦାବି କରିଥିଲେ। ଆଜି ଭାରତୀୟ ଦଳର ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମରେ ଥିବା ଅଭିନବ ବିନ୍ଦ୍ରା ହାଇପରଫର୍ମାନ୍ସ ସେଣ୍ଟରକୁ ଅଭ୍ୟାସ ପାଇଁ ଆସିଥିଲେ। ସେମାନେ ଏଠାକୁ ଅଟୋରେ ଆସିବା କିନ୍ତୁ କ୍ରୀଡ଼ାପ୍ରେମୀଙ୍କୁ ବିସ୍ମିତ କରିଥିଲା। ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିବାକୁ ଯାଉଥିବା ଏହି ଖେଳାଳିମାନେ ବିନା ସୁରକ୍ଷା ଏବଂ ଭଡ଼ା ଅଟୋରେ ଷ୍ଟାଡିୟମ୍ ଆସିବା ଅତ୍ୟନ୍ତ ଦୁଃଖର ବିଷୟ ଥିଲା।

ସମ୍ବନ୍ଧିତ ଖବର